Odisha Link
Bridging the Missing Links in Odisha

ଝାଡ଼ଖଣ୍ଡରେ ଆଗରେ ଜେଏମ୍‌ଏମ୍‌, ପଛରେ ପଡ଼ିଲା ବିଜେପି

ଓଏଲ୍‌ ବ୍ୟୁରୋ: ଝାଡ଼ଖଣ୍ଡରେ ଜୋରଦାର ଲଢେ଼ଇ। ବିଜେପି ଓ ଜେଏମ୍‌ଏମ୍‌ ମଧ୍ୟରେ ଚାଲିଛି ବଡ ଟକ୍କର। ବିଧାନସଭା ନିର୍ବାଚନ ଭୋଟ୍‌ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ହେମନ୍ତ ସୋରେନ୍‌ଙ୍କ ଜେଏମ୍‌ଏମ୍‌ ମ୍ୟାଜିକ୍ ନମ୍ବର ପାର୍‌ କରିଛି। ୮୧ଟି ମଧ୍ୟରୁ ୭୨ଟି ଆସନର ଟ୍ରେଣ୍ଡ ଅନୁଯାୟୀ ୪୩ଟି ଆସନରେ ଜେଏମଏମ ମିଳିତ ମଞ୍ଚ ଆଗୁଆ ରହିଛି। ସେହିପରି ବିଜେପି ମେଣ୍ଟ ୨୭ଟି ଆସନରେ ଏବଂ ଅନ୍ୟାନ୍ୟ ୨ ସିଟ୍‌ରେ ଆଗୁଆ ରହିଛି।

ଝାଡଖଣ୍ଡରେ ୨ଟି ପର୍ଯ୍ୟୟରେ ହୋଇଥିଲା ମତଦାନ। ବର୍ତ୍ତମାନ ପୋଷ୍ଟାଲ ବାଲାଟ ଖୋଲିବା ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହୋଇସାରିଛି। ଆଉ ଏଥିସହ ଧୀରେ ଧୀରେ ଏହାର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଚିତ୍ର ସ୍ପଷ୍ଟ ହେବା ପରେ ଜଣାପଡିବ କିଏ ଜିତିବ ଜନତାଙ୍କ ହୃଦୟ ଓ କିଏ ମାରିବ ବାଜି।

ଝାଡଖଣ୍ଡ ବିଧାନସଭାରେ ସମସ୍ତ ୮୧ଟି ଆସନରେ ହୋଇଥିଲା ନିର୍ବାଚନ। ନଭେମ୍ବର ୧୩ ତାରିଖରେ ପ୍ରଥମ ମତଦାନ ହୋଇଥିବା ବେଳେ ନଭେମ୍ବର ୨୦ରେ ଦ୍ୱିତୀୟ ମତଦାନ ହୋଇଥିଲା।

 

Leave A Reply

Your email address will not be published.