Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ମହାୟୁତି, ଜନତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ଫଳାଫଳ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ମହାୟୁତି ମେଣ୍ଟକୁ ବହୁୁମତ ମିଳିଥିବା ବେଳେ ମହାବିକାଶ ଅଘାଡ଼ି ମେଣ୍ଟ ବହୁୁ ପଛରେ ରହିଛି। ବର୍ତ୍ତମାନ ସୁଦ୍ଧା ମହାୟୁତିକୁ ୨୨୩ଟି ଆସନରେ ବହୁମତ ମିଳିଛି। ଅର୍ଥାତ୍‌ ୨୨୩ଟି ଆସନରେ ଲିଡ କରୁଛି ମହାୟୁୁତି। ଟ୍ରେଣ୍ଡିଂ ଫଳାଫଳ ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।

ନିର୍ବାଚନ ଫଳାଫଳ ଘୋଷଣା ନହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ମହାୟୁତିକୁ ମହାରାଷ୍ଟ୍ରରେ ବହୁମତ ମିଳିଛି। ସମସ୍ତ ମତଦାତାଙ୍କୁ ଧନ୍ୟବାଦ ଜଣାଉଛି। ଆମ କାମ ପାଇଁ ମିଳିଲା ସଫଳତା। ୩ ଦଳ ମିଶି କିଏ ମୁଖ୍ୟମନ୍ତ୍ରୀ ହେବେ ନିଷ୍ପତ୍ତି ନିଆଯିବ। ଲୋକଙ୍କ ବିକାଶ ଆମ ପାଇଁ ପ୍ରାଥମିକତା।

ସେହିପରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣଡାଭିସ୍‌ ଏକ୍ସରେ କହିଛନ୍ତି, “ଏକ୍‌ ହେ ତୋ ସେଫ୍‌ ହେ, ମୋଦି ହେ ତୋ ମୁନକିନ୍‌ ହେ”। ଅନ୍ୟପଟେ ବିଜେପି ଏକାକି ୧୨୫ଟି ଆସନରେ ଆଗୁଆ ରହିଛି। ବିଜୟ ଉତ୍ସବ ପାଳନ ପାଇଁ ମହାୟୁତି ପକ୍ଷରୁ ଜୋରଦାର ଆୟୋଜନ କରାଯାଉଛି। କିଛି ସ୍ଥାନରେ କର୍ମୀ ମାନେ ବିଜୟ ଉତ୍ସବ ପାଳନ କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।

Leave A Reply

Your email address will not be published.