ଓ୍ୱାୟନାଡ ଉପ-ନିର୍ବାଚନ: ଆଗରେ ପ୍ରିୟଙ୍କା, ରବଟ ଭଦ୍ରା ଜଣାଇଲେ ଶୁଭେଚ୍ଛା
ଓଏଲ୍ ବ୍ୟୁରୋ: ଆଜି ଦିନକରେ ୪୧୯ଟି ଆସନର ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ମହାରାଷ୍ଟ୍ରରେ ମହାୟୁତି ଆଗରେ ଥିବାବେଳେ ଝାଡ଼ଖଣ୍ଡରେ ଇଣ୍ଡି ମେଣ୍ଟ ଆଗରେ ରହିଛି। ଏସବୁ ବ୍ୟତୀତ ଓ୍ବାୟନାଡ ଲୋକସଭା ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। କାରଣ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଜୀବନରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଛନ୍ତି।
ଟ୍ରେଣ୍ଡ ଅନୁସାରେ ଦିନ ୧୧ଟା ସୁଦ୍ଧା ପ୍ରାୟ ୧ ଲକ୍ଷରୁ ଅଧିକ ଭୋଟରେ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗୁଆ ଅଛନ୍ତି ପ୍ରିୟଙ୍କା ଗାନ୍ଧି। ତେବେ ମିଳିଥିବା ସୂଚନା ମୁତାବକ, ଓ୍ୱାୟନାଡ ଆସନରେ ବର୍ତ୍ତମାନ ସୁଦ୍ଧା ପ୍ରିୟଙ୍କା ଗାନ୍ଧୀ ପ୍ରାୟ ୧ ଲକ୍ଷ ୪୦ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ଆଉ ଏହାପରେ ପ୍ରିୟଙ୍କା ଗାନ୍ଧିଙ୍କୁ ସ୍ୱାମୀ ରବର୍ଟ ଭାଦ୍ରା ତାଙ୍କୁ ସୋସିଆଲ୍ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।
୨୦୨୪ ଲୋକସଭା ନିର୍ବାଚନ ବେଳେ ଆମେଥି ସହିତ ଓ୍ୱାୟନାଡ ଆସନରୁ ଲଢିଥିଲେ ରାହୁଲ ଗାନ୍ଧି। ହେଲେ ଦୁଇଟି ଯାକ ଆସନରୁ ନିର୍ବାଚନ ଜିତିବା ପରେ, ରାହୁଲ ଆମେଥି ଆସନକୁ ରଖି ଓ୍ୱାୟନାଡ ଆସନ ଛାଡି ଦେଇଥିଲେ। ଯାହା ପରେ ସେଠାରେ ଉପନିର୍ବାଚନ ହେଉଛି।