Odisha Link
Bridging the Missing Links in Odisha

ସୁଭଦ୍ରା ଯୋଜନା: ରବିବାର ମିଳିବ ତୃତୀୟ ପର୍ଯ୍ୟାୟ ଟଙ୍କା

ଓଏଲ୍‌ ବ୍ୟୁରୋ: ରବିବାର ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା।‘ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ ଆସନ୍ତାକାଲି ଟଙ୍କା ମିଳିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରବିବାର ସଂଶୋଧିତ ତାଲିକାର ୨୨ ପ୍ରତିଶତ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ବାକି ଯେଉଁମାନଙ୍କର ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ, ତାଙ୍କ ନାଁରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି। ଏହି ବିବାଦରେ ଫିଜିକାଲ ଭେରିଫିକେସନ ହେବ। ସେମାନେ ଡିସେମ୍ବରରେ ଟଙ୍କା ପାଇବେ ବୋଲି କହିଛନ୍ତି ଶ୍ରୀମତି ପରିଡ଼ା।

ସେ ଆହୁରି କହିଛନ୍ତି, ୫ ଲକ୍ଷ ମିସ୍ ମ୍ୟାଚ୍ ହେଉଥିଲା, ତାହା ସମାଧାନ ହୋଇନାହିଁ । ସେମାନେ ଏଥର ସାମିଲ ହେବେ ନାହିଁ। ସେମାନଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନେ ସାମିଲ ହେବେ। ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ଟଙ୍କା ପାଇପାରିବେ। ରବିବାର ସୁନ୍ଦରଗଡ଼ରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଟଙ୍କା ଦେବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.