Odisha Link
Bridging the Missing Links in Odisha

ଆଇପିଏଲରେ ଇତିହାସ ରଚିଲେ ପନ୍ତ, ଶ୍ରେୟସ୍‌

ଓଏଲ୍‌ ବ୍ୟୁରୋ: ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପଛରେ ପକାଇଲେ ଭାରତୀୟ ଖେଳାଳି। ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ହେଲ ଋଷଭ ପନ୍ତ। ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବନି ଯାଇଛନ୍ତି। ତାଙ୍କ ପଛକୁ ଶ୍ରେୟସ୍‌ ଆୟର ରହିଛନ୍ତି। ପୂର୍ବ ଆଇପିଏଲରେ ସବୁୁଠୁ ମହଙ୍ଗା ଖେଳାଳି ହୋଇଥିଲେ ମିଚେଲ ଷ୍ଟ୍ରାର୍କ ଓ ପ୍ୟାଟ କମିନ୍ସ।

ଆଇପିଏଲ ୨୦୨୫ ନିଲାମି ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି। ଭାରତୀୟ ଦଳର ଷ୍ଟାର ଖେଳାଳି ଋଷଭ ପନ୍ତଙ୍କୁ ୨୭ କୋଟିରେ କିଣିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ। ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା। ଆଜି କିନ୍ତୁ ଆରଟିଏମ ବଳରେ ଦିଲ୍ଲୀ ପନ୍ତଙ୍କୁ ନେବାକୁ ଚାହିଁଥିଲା। ହେଲେ ଲକ୍ଷ୍ନୌ ଶେଷ ବିଡ୍‌ରେ ପନ୍ତଙ୍କ ଉପରେ ୨୭ କୋଟି ଟଙ୍କାର ବୋଲି ଲଗାଇଥିଲେ।

ଏହାପୂର୍ବରୁ ଶ୍ରେୟସ ଆୟରଙ୍କ ପଞ୍ଜାବ ରେକର୍ଡ ୨୬. ୭୫ କୋଟି ଟଙ୍କାରେ କିଣିଥିଲା। ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ୨୦୨୫ ମେଗା ଅକ୍ସନରେ ଶ୍ରେୟସ ଆୟର ତାଙ୍କୁ ପଛରେ ପକାଇ ଦେଇଥିଲେ। ଏବେ ପନ୍ତ ସାଥୀ ଖେଳାଳି ଆୟରଙ୍କ ମହଙ୍ଗା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ମେଗା ଅକ୍ସନର ମେଗା ଖେଳାଳି:
ଋଷଭ ପନ୍ତ: ୨୭ କୋଟି (ଏଲଏସଜି)
ଶ୍ରେୟସ ଆୟର: ୨୬ କୋଟି ୭୫ ଲକ୍ଷ (ପଞ୍ଜାବ କିଙ୍ଗସ୍)
ଭେଙ୍କଟସ୍‌ ଆୟର: ୨୩ କୋଟି ୭୫ ଲକ୍ଷ (କେକେଆର)
ଅର୍ଶଦୀପ ସିଂ: ୧୮ କୋଟି (ପଞ୍ଜାବ କିଙ୍ଗସ୍)
ୟୁଜବେନ୍ଦ୍ର ଚହଲ: ୧୮ କୋଟି (ପଞ୍ଜାବ କିଙ୍ଗସ୍)
ଜୋସ ବଟଲର: ୧୫ କୋଟି ୭୫ ଲକ୍ଷ (ଗୁଜରାଟ ଟାଇଟାନ୍ସ)
କେଏଲ ରାହୁଲ: ୧୪ କୋଟି (ଦିଲ୍ଲୀ କ୍ୟାପିଟାଲ୍ସ)
ମହମ୍ମଦ ସିରାଜ: ୧୨ କୋଟି ୨୫ ଲକ୍ଷ (ଗୁଜରାଟ ଟାଇଟାନ୍ସ)
ମିଚେଲ ଷ୍ଟାର୍କ: ୧୧ କୋଟି ୭୫ ଲକ୍ଷ (ଦିଲ୍ଲୀ କ୍ୟାପିଟାଲ୍ସ)
କାଗିସୋ ରାବାଡା: ୧୦ କୋଟି ୭୫ ଲକ୍ଷ (ଗୁଜରାଟ ଟାଇଟନ୍ସ)
ମହମ୍ମଦ ସାମି: ୧୦ କୋଟି (ସନରାଇଜର୍ସ ହାଇଦ୍ରାବାଦ)
ଲିୟମ ଲିଭିଙ୍ଗଷ୍ଟୋନ: ୮ କୋଟି ୭୫ ଲକ୍ଷ (ଆରସିବି)
ଡେଭିଡ ମିଲର: ୭ କୋଟି ୫୦ ଲକ୍ଷ (ଏଲଏସଜି)

Leave A Reply

Your email address will not be published.