Odisha Link
Bridging the Missing Links in Odisha

ଅଡୁଆରେ ବବି ଦାସଙ୍କ ଭାଇ, ଯୋଡ଼ି ହେଲା ଆଉ ୩ ମାମଲା

ଓଏଲ୍‌ ବ୍ୟୁରୋ: ଗିରଫ ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ। ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ଯାଜପୁର ଟାଉନ ଥାନା ପୁଲିସ ଗିରଫ କରିଥିବା ସୂଚନା ରହିଛି। ଗିରଫ ହେବା ପରେ ଭବ ପ୍ରକାଶ ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି।

ଟାଉନ ଥାନା ପୁଲିସ ୩ଟି ମାମଲା ଯୋଡ଼ିଦେଇଛି। ଟାଉନ ଥାନା ଘେରାଉ, ହାଟ ନିକଟରେ ରାସ୍ତାରୋକ ନେଇ ମାମଲା, ଆଉ ଜଣେ ହାଟ ବ୍ୟବସାୟୀଙ୍କୁ ଆକ୍ରମଣ ନେଇ SDJMରେ ମାମଲା ହୋଇଛି। ୩ ମାମଲା ଯୋଡ଼ିବାକୁ ଟାଉନ ଥାନା ପୁଲିସ ପକ୍ଷରୁ SDJMରେ ଆବେଦନ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଭବ ପ୍ରକାଶ ଦାସଙ୍କ ସହିତ ତାଙ୍କ ସହଯୋଗୀ ବଳଭଦ୍ର ଦାସ, ଜଗନ୍ନାଥ ଦାସ, ସାହାଜୁଦ୍ଦିନ, ସେକ୍ ମୁର୍ତ୍ତେଜ, ସନ୍ତୋଷ କୁମାର ମଲ୍ଲିକ, ସୁରେନ୍ଦ୍ର ରଣା, ଅଜିତ ସାହୁ, ସୁବାଶିଷ ରାଉତ, ଦେବୀ ପ୍ରସାଦ ପାଣି, ସୁକାନ୍ତ ପାଣି, ତୁଷାର ରଞ୍ଜନ ବେହେରା, ପାର୍ଥ ସାରର୍ଥୀ ମହାପାତ୍ର, ମାନ ଗୋବିନ୍ଦ ପତି, ରଞ୍ଜନ ସାହୁ, ସୌଭାଗ୍ୟ ରଞ୍ଜନ, ଜନ୍ମେଜୟ କାନୁନଗୋ ଓ ଚିତ୍ତରଂଜନ ସାହୁଙ୍କ ନାଁରେ ମାମଲା ରୁଜୁ କରିଥିଲା ପୁଲିସ। ସମସ୍ତଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତା (BNS)ରେ ଥିବା ଧାରା ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ ହୋଇଥିଲା।।

Leave A Reply

Your email address will not be published.