ବରଗଡ଼ ଧନୁଯାତ୍ରା: ଚୟନ ହେବେ ନୂଆ କଂସ, ବାଦ୍ ପଡ଼ିଲେ ହୃଷିକେଶ ଭୋଇ
ଓଏଲ୍ ବ୍ୟୁରୋ: ଆସନ୍ତା ୨୦୨୫ ଜାନୁଆରୀ ୩ରୁ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ।ବରଗଡ଼ ଧନୁଯାତ୍ରା ପାଇଁ ନୂଆ କଂସ ଚୟନ ହେବେ। କଂସ ଚରିତ୍ର ଲାଗି ଚୟନ ହୋଇଥିବା ହୃଷିକେଶଙ୍କୁ ବାଦ୍ ଦିଆଯାଇଛି। କର୍ମକ୍ଷେତ୍ରରେ ଲାଞ୍ଚ ଅଭିଯୋଗ ଆସିବା ପରେ ହୃଷିକେଶ ଭୋଇଙ୍କୁ ବାଦ୍ ଦିଆଯାଇଛି। ଏବେ ୪ ଜଣଙ୍କ ମଧ୍ୟରୁ ଜଣଙ୍କୁ କଂସ ଅଭିନୟ ଲାଗି ବଛାଯିବ। ୪ ଜଣ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ବର ପ୍ରଧାନ, ସୁଶୀଲ ମେହେର। ୨୦୨୨ କଂସ ଚୟନ ପ୍ରକ୍ରିୟାରେ ଏହି ୪ ଜଣ ୨ରୁ ୫ ସ୍ଥାନ ମଧ୍ୟରେ ରହିଥିଲେ।
ସୂଚନା ଅନୁସାରେ, ଧନୁଯାତ୍ରା ମହୋତ୍ସବର ଅବ୍ୟବହିତ ପୂର୍ବରୁ କଂସ ଅଭିନେତା ହୃଷୀକେଶ ଭୋଇ ଅନ୍ୟତ୍ର କେଉଁଠି ମଧ୍ୟ କଂସ ଅଭିନୟ କରି ପାରିବେ ନାହିଁ ବୋଲି କଟକଣା ଥିବାବେଳେ କିଛିବର୍ଷ ତଳେ ଧର୍ମଶାଳା ମହୋତ୍ସବରେ କଂସ ଅଭିନୟ କରି ହୃଷୀକେଶ ବିବାଦ ଘେରକୁ ଆସିଥଲେ। ମାତ୍ର ସେତେବେଳେ କ୍ଷମା ପ୍ରାର୍ଥନା କରିବାରୁ ଧନୁଯାତ୍ରା ମହୋତ୍ସବ ସମିତି ପୁଣି ତାଙ୍କୁ କଂସ ଅଭିନୟର ସୁଯୋଗ ଦେଇଥିଲା। କିନ୍ତୁ ଏଥର ଅଭିନୟ ନୁହେଁ, ତାଙ୍କ ପେସାକୁ ନେଇ ସେ ବିବାଦୀୟ ହୋଇ ପଡ଼ିଛନ୍ତି। ବିବାଦକୁ ଆସିବା ପରେ ତାଙ୍କ ଉପରେ କଡା ଆକ୍ସନ ନିଆଯାଇଛି। କଂସ ଅଭିନେତା ହୃଷିକେଶ ଭୋଇ ଲାଞ୍ଚ ନେଇ ଧରାପଡ଼ିବା ସହ ଚାକିରି ହରାଇଛନ୍ତି।