Odisha Link
Bridging the Missing Links in Odisha

‘ସରକାରଙ୍କ ଚାପରେ ଚେପା ନହୁଅନ୍ତୁ ପ୍ରଶାସନ’

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ସାହୁ। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ଏହା ପରେ ପୁଲିସ ଭବପ୍ରକାଶ ଦାସଙ୍କୁ ଗିରଫ କରିଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ହୋଇଛି। ଭବପ୍ରକାଶ ଦାସଙ୍କୁ ଗିରଫ କରିବା ଅମାନବୀୟ ବୋଲି ବିଜେଡି ବିଧାୟକ କହିଛନ୍ତି। ବେଆଇନ ଗିରଫ ଘଟଣାକୁ ବିଜେଡି ନିନ୍ଦା କରିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରିଛି। ଶାସକ ଦଳର ହାତ ବାରିସି ସାଜିଛି ପୁଲିସ। ପ୍ରଶାସନ ସରକାରଙ୍କ ଚାପରେ ଚେପା ନହୁଅନ୍ତୁ ବୋଲି ବିଜେଡି ବିଧାୟକ କହିଛନ୍ତି।

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ପ୍ରମୀଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରିଛନ୍ତି ପ୍ରମୀଳା ମଲ୍ଲିକ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ କହିଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ହେବା ଭଲ, ଯିଏ ଦୋଷୀ ସେ ଦଣ୍ଡ ପାଇବ।

ଅନ୍ୟପଟେ, ଯାଜପୁରରେ ବେଆଇନ ଗିରଫଦାରୀକୁ ନିନ୍ଦା କରିଛି ବିଜେଡି ପ୍ରତିନିଧି ଦଳ। ପୁଲିସ ଶାସକ ଦଳର ହାତବାରିସି ସାଜିଥିବା ଅଭିଯୋଗ କରିଛି ବିଜେଡି। ଜାଣିଶୁଣି ବିଜେଡି କର୍ମୀଙ୍କୁ ଗିରଫ କରାଯାଉଥିବା ଅଭିଯୋଗ କରିଛି ଦଳ। ଏହାସହ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଦଳ ଅଭିଯୋଗ କରିଛି।

Leave A Reply

Your email address will not be published.