ହାତୀ ମୃତ୍ୟୁ ଘଟଣା: ବଦଳିବେ ଡିଏଫ୍ଓ
ଓଏଲ୍ ବ୍ୟୁରୋ: ରେଢ଼ାଖୋଲ ବନାଞ୍ଚଳରେ ୩ ହାତୀ ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ। ନାକଟିଦେଉଳ ରେଞ୍ଜ ବୁରାମାଲ ଜଙ୍ଗଲରେ ୩ଟି ହାତୀ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି। ଏହି ଘଟଣାର ତଦନ୍ତ କ୍ରମେ ଡିଏଫଓ କାର୍ଯ୍ୟରେ ଅବହେଳା କରିଥିବା ଜଣା ପଡିଛି। କାର୍ଯ୍ୟରେ ଅବହେଳା କାରଣରୁ ଡିଏଫଓଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଅନ୍ୟପଟେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି, ଏହି ଘଟଣାରେ ଡିଏଫଓଙ୍କୁ ତାଗିଦ କରାଯାଇଛି। ସେ ଡ୍ୟୁଟିରେ ଅବହେଳା କରିଥିବା କାରଣରୁ ତାଙ୍କୁ ଟ୍ରାନ୍ସଫର କରିବା ପାଇଁ ବିଭାଗ ପକ୍ଷରୁ ଯୋଜନା କରାଯାଉଛି।
ତଳସ୍ତରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସସପେଣ୍ଡ କରାଯାଇଛି। ରେଞ୍ଜରଙ୍କ ବିରୋଧରେ ପିସିସିଏଫ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତାଙ୍କୁ ଘଟଣାରେ ସ୍ପଷ୍ଟୀକରଣ ରଖିବାକୁ କୁହାଯାଇଛି। ଏନେଇ ପିସିସିଏଫ ସ୍ତରରେ ତର୍ଜମା ଚାଲିଛି ବୋଲି ଜଙ୍ଗଲ ମନ୍ତ୍ରୀ କହିଛନ୍ତି।