କେନ୍ଦୁଝର ପାଟଣାରେ ଗଡ଼ୁନି ଲକ୍ଷ୍ମୀ ବସ୍, ଆନ୍ଦୋଳନରେ କର୍ମଚାରୀ
ଓଏଲ୍ ବ୍ୟୁରୋ: କେନ୍ଦୁଝର ପାଟଣାରେ ଲକ୍ଷ୍ମୀ ବସ୍ ଚଳାଚଳ ବନ୍ଦ ରହିଛି। ୩ ଦଫା ଦାବି ନେଇ ବସ୍ କଣ୍ଡକ୍ଟର ଆନ୍ଦୋଳନ କରିଛନ୍ତି। ଆଇଡି କାର୍ଡ, ଜଏନିଂ ଲେଟର୍ ଓ ଦରମା ଦାବିରେ ବସ୍ କଣ୍ଡକ୍ଟର ଆନ୍ଦୋଳନ କରିଛନ୍ତି। ୩ ମାସ ଦରମା ପାଇନଥିବା ପ୍ରତିବାଦରେ ଆନ୍ଦୋଳନ ଜାରି ରହିଛି। ୫ଟି ବସ୍ର ୧୨ ବସ୍ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ପାଟଣା ବସଷ୍ଟାଣ୍ଡର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ସରକାର ନଶୁଣିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଲକ୍ଷ୍ମୀ ବସ୍ କଣ୍ଡକ୍ଟର ଚେତାବନୀ ଦେଇଛନ୍ତି।