ନବ ଦାସ ହତ୍ୟା ମାମଲା: ୨ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ
ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ହତ୍ୟା ମାମଲାରେ ଦୁଇ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଏଡିଜେ କୋର୍ଟରେ ଦୁଇ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ଝାରସୁଗୁଡା ମୁଖ୍ୟ ହସ୍ପିଟାଲରେ କାର୍ଯ୍ୟରତ ଦୁଇ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ସଂପୃକ୍ତ ଦୁଇ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ନବ ଦାସଙ୍କୁ ରେଫର କରିଥିଲେ। ଗୁଳି ବାଜିବା ପରେ ଦୁଇ ଡାକ୍ତର ନବ ଦାସଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ନବ ଦାସଙ୍କୁ ଭୁବନେଶ୍ବର ରେଫର କରିଥିଲେ।
ସୂଚନା ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନଥିବାବେଳେ ଅଭିଯୁକ୍ତ ଗୋପାଳ ଥାନାରେ ଦିନ କାଟୁଛି।