ଜ୍ବାଇଁଙ୍କ ଉନ୍ମତ୍ତକାଣ୍ଡ, ଶ୍ବଶୁର ଘର ଆଗରେ ଜାଳିଦେଲେ ଯୌତୁକ ଜିନିଷ
ଓଏଲ୍ ବ୍ୟୁରୋ: ସବୁକିଛଛି ଠିକ୍ଠାକ୍ ଚାଲିଥିଲା। ହସଖୁୁସିରେ ଚାଲିଥିଲା ବୈବାହିତ ଜୀବନ। ହସଖୁୁସିର ସଂସାରରେ ହଠାତ୍ ମାଡ଼ି ଆସିଲା କଳାର ବାଦଲ। ଘରେ ବଢ଼ିଲା ପିଲାଙ୍କ ଆଗରେ ସ୍ତ୍ରୀକୁ ମାଡ଼ ମାରୁଥିଲେ ସ୍ବାମୀ। ବାହାଘରର ୨୦ ବର୍ଷ ପରେ ଯୌତୁକ କଥା ଉଠାଇ ଘରେ ହଙ୍ଗାମା କରୁଥିଲେ ସ୍ବାମୀ। ଯେଉଁଥିପାଇଁ ପତ୍ନୀ ବାପ ଘରକୁ ପଳାଇ ଯାଇଥିଲେ। ଏହା ପରେ ଶ୍ୱଶୁର ଘର ଆଗରେ ବାହାଘର ସମୟରେ ମିଳିଥିବା ଜାନି ଯୌତୁକ ବାବଦରେ ନିଆଁ ଲଗାଇ ପୋଡ଼ିଦେଲେ। ଏଭଳି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଦେଖିବାକୁ ମିଳିଛି।
ମିଳିଥିବା ସୂୂଚନା ମୁତାବକ, ୨୦ ବର୍ଷ ତଳେ ବୁରୁସାହି ଗ୍ରାମର ବିଜୟ ନାୟକ ନେଳିଗୁଡ଼ା ଗ୍ରାମର ମମତା ନାୟକଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତିରେ ହୋଇଥିଲା ବିବାହ। ବିଜୟ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ତେଲ ସୁନାରର ସଂସାର। ଦୁଇ ପିଲାର ବାପା-ମାଆ ହୋଇଥିଲେ ବିଜୟ ଓ ମମତା।ହେଲେ ହଠାତ୍ ଯୌତୁକ କଥା ଉଠାଇଥିଲେ ବିଜୟ। ଯାହାକୁ ନେଇ ସୁଖର ପରିବାରରେ ଅଶାନ୍ତି ଦେଖିବାକୁ ମିଳିଥିଲା।
ଅଭିଯୋଗ ମୁତାବକ, ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ। ବଢ଼ିଲା ଝିଅ ଓ ପୁଅଙ୍କ ଆଗରେ ମାଡ଼ ଅକଥନୀୟ ହେବାରୁ ୭ ଦିନ ତଳେ ଜୀବନ ବିକଳରେ ବାପ ଘରକୁ ପଳାଇ ଯାଇଥିଲେ ମମତା। ଆଉ ସାଥୀରେ ନିଜର ବଢ଼ିଲା ପୁଅ ଓ ଝିଅଙ୍କୁ ନେଇ ଯାଇଥିଲେ।
ଏଥିରେ ଉତକ୍ଷିପ୍ତ ହୋଇ ବିଜୟ ଶ୍ବଶୁର ଘରକୁ ଯାଇ ନିଜର ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କୁ ଅଷଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ତେବେ ସ୍ଥିତି ଅଣାୟତ୍ତ ହେବାରୁ ମମତାଙ୍କ ଭାଇ ପ୍ରତିବାଦ କରିଥିଲେ। ଯେଉଁଥିପାଇଁ ବିଜୟ ପଳାଇ ଯାଇଥିଲେ। ପରେ ବିଜୟ ଶୁର ଘର ତରଫରୁ ଦିଆଯାଇଥିବା ଯୌତୁକ ସାମଗ୍ରୀକୁ ଧରି ନେଳିଗୁଡ଼ା ଗାଁରେ ପହଞ୍ଚିଥିଲେ। ସବୁ ସାମଗ୍ରୀକୁ ଗୋଟିଏ ସ୍ଥାନରେ ଗଦା କରି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ଏନେଇ ମମତା ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି। ତେବେ ଏନେଇ ବିଜୟ ବା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।