Odisha Link
Bridging the Missing Links in Odisha

ମୁୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ, କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ

ମହାୟୁତିର ମହାବିଜୟ ପରେ ଏବେ ଚର୍ଚ୍ଚା, ସିଏମ୍ ସିଟରେ ବସିବ କିଏ?

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ଏବେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ରାଜ୍ୟ ଶାସନର ଗାଦିର ହଟ୍‌ ସିଟ୍‌ରେ କିଏ ବସିବ ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ବିଜୟର ଶ୍ରେୟ ଆଣିଥିବା ଦେବେନ୍ଦ୍ର ଫଡନାଭିସ୍, ମହାୟୁତିର ମହାନାୟକ ସାଜିଥିବା ଏକନାଥ ସିନ୍ଧେ ନା ବିଜୟର ଭାଗିଦାରୀ ଏନସିପିର ଅଜିତ ପାୱାର ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏସବୁ ମଧ୍ୟରେ ଆସିଛି ବଡ଼ ଖବର।

ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ଼ ଦାବିଦାର ଥିବା ଏକନାଥ ସିନ୍ଦେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଛନ୍ତି। ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ ଓ ଅଜିତ ପାଓ୍ବାର ସାଥିରେ ଥିଲେ। ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ରହିଛନ୍ତି ଦେବେନ୍ଦ୍ର ଫଡନାବିସ। ଚର୍ଚ୍ଚା ହେଉଛି ଫଡନାବିସଙ୍କୁ ସମର୍ଥନ କରିଛି ଅଜିତ ପାୱାରଙ୍କ ଏନସିପି। ସେହିପରି ଶିବସେନା ନେତା ଏକନାଥ ସିନ୍ଦେ ପୁଣି ଥରେ ମହାରାଷ୍ଟ୍ର ସିଏମ ହୁଅନ୍ତୁ ବୋଲି ଦାବି କରୁଛନ୍ତି।

ଏକନାଥ ସିନ୍ଦେଙ୍କ ଶିବସେନା ପକ୍ଷରୁ ଦାବି କରାଯାଉଛି ଯେ ବିଜେପିକୁ କୁହାଯାଇଥିଲା ଯଦି ଶାସନକୁ ଫେରିବା ତେବେ ମୁଖ୍ୟମନ୍ତ୍ରୀ ପଦ ଶିବସେନାକୁ ମିଳିବ। ଶିନ୍ଦେ ଗୋଷ୍ଠୀର ଜଣେ ନେତା କହିଛନ୍ତି ଲୋକସଭା ନିର୍ବାଚନ ପରେ ବୈଠକ ହୋଇଥିଲା। ଆଉ କୁହାଯାଇଥିଲା ଯେ ସରକାର ଗଠନ କଲେ ପୁଣିଥରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ।

ଏହାର ପାଲଟା ଜବାବ ରଖିଛି ଭାରତୀୟ ଜନତା ପାର୍ଟି। ଅମିତ ଶାହଙ୍କ ଉପସ୍ଥିତିରେ ମୁମ୍ବାଇର ଏକ ହୋଟଲର ବୈଠକ ହୋଇଥିଲା। ଏହି ବୈଠକରେ କୁହାଯାଇଥିଲା ଯେ ମହାୟୁତିକୁ ବହୁମତ ମିଳିଲେ ମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳିବ ବିଜେପିର ସଂସଦୀୟ ବୋର୍ଡ, ଏନିସିିପି ଓ ଶିବସେନାର ନେତୃତ୍ବ କରିବେ। ନିର୍ବାଚନ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ାଯିବ। କିନ୍ତୁ ମୁଖ୍ୟମନ୍ତ୍ରୀ ପଦର ଚୟନ ନିର୍ବାଚନ ପରେ ମିଳିମିଶି ନିଆଯିବ ବୋଲି ଶାହ କହିଥିବା କହିଛନ୍ତି ବିଜେପିର ଜଣେ ନେତା।

ଏସବୁ ଭିତରେ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି ଦେବେନ୍ଦ୍ର ଫଡନାବିସ୍। କୁହାଯାଉଛି ସରକାର ଗଠନ ନେଇ ସେ ବିଜେପିର ଟପ୍ ନେତାଙ୍କୁ ଭେଟିପାରନ୍ତି। ଏମିତି ଚର୍ଚ୍ଚା ଆଲୋଚନା ଭିତରେ ସମସ୍ତଙ୍କର ନଜର ରହିଛି ମହାୟୁତି କାହାକୁ ଦେବେ ସିଏମ୍ ଚୌକି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ଏକାକୀ ୧୩୩ ସିଟ୍ ଜିତିଛି। ଯାହାକି ବହୁମତଠାରୁ ମାତ୍ର ୧୨ କମ୍। ଶିବସେନା ୫୭ ଓ ଏନସିପି ଜିତିଛି ୪୧ ସିଟ୍।

Leave A Reply

Your email address will not be published.