ହାତୀ ଉପଦ୍ରବ: ୬୬୮ ଜଣଙ୍କ ମୃତ୍ୟୁ, ୭୩ହଜାର ଏକରର ଫସଲ ନଷ୍ଟ
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ବିଧାନସଭା ଅଧିବେଶନ ଚାଲିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଗୃହରେ ଆଜି ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ବିଧାନସଭାରେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଉତ୍ତର ରଖି କହିଛନ୍ତି। ମନ୍ତ୍ରୀ କହିଛନ୍ତି, ୫ ମାସ ମଧ୍ୟରେ ଓଡ଼ିଶାରେ ମଲେଣି ୪୦ ହାତୀ। ହାତୀ ମୃତ୍ୟୁ ଘଟଣାରେ ୨୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୨ ଜଣ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟର। ସେହି ସମୟ ମଧ୍ୟରେ ୫ଟି କଲରାପତରିଆ ବାଘ ମଧ୍ୟ ମରିଛନ୍ତି। ୫ଟି ବାଘ ମାରିବା ପାଇଁ ୧୪ ଜଣଙ୍କୁ ଗିରଫ କରାଯାଇଛି। ବିଧାନସଭାରେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି।
ବିଗତ କିଛି ଦିନ ହେବ ବଢିଚାଲିଛି ହାତୀର ଦୌରାତ୍ମ୍ୟ। କେବଳ ସେତିକି ନୁହେଁ ହାତୀ ମଣିଷ ଲଢେଇରେ ହାତୀ ଆକ୍ରମଣରେ ବିଗତ ୩ ବର୍ଷରେ ୬୬୮ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ୫୦୯ ଜଣ ଲୋକ ଆହତ ହୋଇଥିବା ବେଳେ ୧୩୯ଜଣ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି। ହାତୀ ଆକ୍ରମଣରେ ୧୦ହଜାର ୨୫୯ ଘର ମଧ୍ୟ ଭାଙ୍ଗିଛି। ଏଥିସହ ୭୩୬୨୦.୮୨ ଏକର ଫସଲ ନଷ୍ଟ ହୋଇଛି। ରାଜ୍ୟରେ ୧୪ ଗୋଟି ପାରମ୍ଫରିକ ହାତୀ କରିଡର ଚିହ୍ନଟ ହୋଇଥିବା ବେଳେ ହାତୀମାନଙ୍କ ଖାଦ୍ୟ ପାଇଁ ବନାଂଚଳରେ ୮୬ ଗୋଟି ହାତୀଙ୍କ ଖାଦ୍ୟ ପାଇଁ ଚାରା ଲଗାଇବା ନିମନ୍ତେ ନିର୍ଦେଶ ଦିଆଯାଇଛି।