ପୋଷ୍ୟ ସନ୍ତାନ ଗ୍ରହଣ କରିବେ ମନ୍ତ୍ରୀ, ବିଧାୟକ
ଅନ୍ତେବାସୀ ପିଲାଙ୍କ ସ୍ୱତନ୍ତ୍ର ଯତ୍ନ ନେବେ ମନ୍ତ୍ରୀ ମଣ୍ଡଳ ଓ ବିଧାୟକ ମନ୍ତ୍ରୀ
ଓଏଲ୍ ବ୍ୟୁରୋ:ଓଡ଼ିଶାରେ ୧୪୭ ବିଧାୟକ ଅଛନ୍ତି । ଜଣେ ଜଣେ ବିଧାୟକ ଯଦି ୫ ଜଣ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବେ ତେବେ ୫୦୦ରୁ ଉର୍ଦ୍ଧ ପିଲାଙ୍କ ଭାଗ୍ୟ ପରିବର୍ତନ ହୋଇଯିବ। ଅନ୍ତେବାସୀ ପିଲାଙ୍କ ସ୍ୱତନ୍ତ୍ର ଯତ୍ନ ନେବେ ମନ୍ତ୍ରୀ ମଣ୍ଡଳ ଓ ବିଧାୟକ ମନ୍ତ୍ରୀ। ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଏ ନେଇ ବିଭାଗ ନିଷ୍ପତି କରିବା ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଯେଉଁମାନେ ପ୍ରତିଭାର ଅଧିକାରୀ ସେମାନେ ସାହାଯ୍ୟ ପାଇବା ପରେ ଭଲ ପ୍ରଦର୍ଶନ କରୁଛନ୍ତି । ଯେଉଁମାନଙ୍କ ପାଇଁ ଦରକାର ଅଛି ସେମାନଙ୍କର ଏକ ଲିଷ୍ଟ ତିଆରି ହୋଇଛି।
ଏ ହୋମରେ ପିଲାଙ୍କୁ ଗୁରୁତ୍ଵ ସହ ନିଯୁକ୍ତି ଦେବେ ରାଜ୍ୟ ସରକାର। ଏ ନିଷ୍ପତିକୁ କେହି ମନା କରିବେନି। ମନ୍ତ୍ରୀମାନେ ଆଗକୁ ଆସିବେ ପିଲାମାନଙ୍କୁ ଏକ ଭଲ ଭବିଷ୍ୟତ ଦେଇ ପାରିବେ। ସରକାର ପ୍ରୟାସ କରୁଛନ୍ତି ଅନ୍ୟ ମାନଙ୍କ ସହଯୋଗ ମିଳିଲେ ଏ ମହକ ସାରା ବିଶ୍ୱରେ ଚମକିବ । ଏ ପିଲାମାନେ ସରକାରଙ୍କର ପୋଷ୍ୟ ସନ୍ତାନ। ମିଶନ ବାତ୍ସଲ୍ୟ, ପିଏମ୍ କେୟାର ୮ ହଜାରରୁ ଉର୍ଦ୍ଧ୍ଵ ପିଲାଙ୍କୁ ୨୨୫ ଟି ହୋମରେ ରଖି ପାରୁଛି । ଆମ ପାଖରେ ଥିବା ୮ ହଜାରରୁ ଉର୍ଦ୍ଧ୍ଵ ପିଲାଙ୍କ ମଧ୍ୟରେ ରହିଛି ଅଦ୍ୟମ ସାହସ , ଉତ୍ସାହ ଓ ପ୍ରତିଭାକୁ ସେମାନେ ପ୍ରଦର୍ଶନ କରିବେ। ୫ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ।