Odisha Link
Bridging the Missing Links in Odisha

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା: କ୍ରାଇମବ୍ରାଞ୍ଚର ତନାଘନା, ଯାଞ୍ଚ ହେବ ସିସିଟିଭି

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ସାହୁ। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ହାଟ ପାଇଁ ରାସ୍ତାରୋକ ହୋଇଥିବା ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି। ରାସ୍ତାରୋକ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି। ଆଜି ଟାଉନ୍‌ ଥାନାରେ ପହଞ୍ଚି ସିସିଟିଭି ଯାଞ୍ଚ କରିବ କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ଦଳ। କ୍ରାଇମ୍‌ବ୍ରାଞ୍ଚର ୩ଟି ଟିମ୍ ୩ଟି ଭିନ୍ନ ଭିନ୍ନ ଦିଗ ଉପରେ ତଦନ୍ତ କରୁଛନ୍ତି। ଏଡିଜି ବିନୟତୋସ୍ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତଦନ୍ତ ଚାଲିଛି। ଅତିରିକ୍ତ ଏସ୍‌ପି ଓ ଡିଏସ୍‌ପି ରାଙ୍କର ଦକ୍ଷ ଅଧିକାରୀ ତଦନ୍ତକାରୀ ଦଳରେ ରହିଛନ୍ତି।

Leave A Reply

Your email address will not be published.