ବିଧାନସଭାର ଶୀତ ଅଧିବେଶନ: ଅତିରିକ୍ତ ବଜେଟ୍ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ମଙ୍ଗଳବାର ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନର ଦ୍ଵିତୀୟ ଭାଗରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପିତ କରିଛନ୍ତି। ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି। ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, CAPF ମୁତୟନ ପାଇଁ ୨୯୯ କୋଟି ଟଙ୍କା, ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି, ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତି ସୁବିଧା ବିକାଶ ପାଇଁ ୨୬ କୋଟି, ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି, ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ ପାଇଁ ୬୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ପରେ ଗୃହ ମୁଲତବୀ ରଖାଯାଇଛି।