Odisha Link
Bridging the Missing Links in Odisha

ଅତିରିକ୍ତ ବଜେଟ୍ ଉପସ୍ଥାପିତ: ଦଇତାପତିଙ୍କୁ ମିଳିବ କ୍ଷତିପୂରଣ

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଛି। ଶୀତକାଳୀନ ଅଧିବେଶନର ପ୍ରଥମ ଦିନର ଦ୍ଵିତୀୟ ଭାଗରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପିତ କରିଛନ୍ତି। ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି।ପ୍ରଶାସନିକ ବ୍ୟୟ କ୍ଷେତ୍ର ପାଇଁ ୧,୬୮୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୧୦ ହଜାର ୧୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିପର୍ଯ୍ୟାୟ ମୁକାବିଲା ପାଇଁ ୧୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ବଜେଟରୁ ୧୯୬ କୋଟି ଟଙ୍କା ସ୍ଥାନାନ୍ତର ବ୍ୟୟବରାଦ କରାଯାଇଛି।

ସେହିଭଳି ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କା, କୋଠ ଭୋଗ ଦାନ ଯୋଜନା ପାଇଁ ୧୫ କୋଟି ଟଙ୍କା, ଶ୍ରଦ୍ଧାଳୁମାନେ ରଥ ଚଢ଼ିନଥିବାରୁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ ୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, CAPF ମୁତୟନ ପାଇଁ ୨୯୯ କୋଟି ଟଙ୍କା, ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି, ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତି ସୁବିଧା ବିକାଶ ପାଇଁ ୨୬ କୋଟି, ୨୨ଟି ଆଇଟିଆଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୩୦ କୋଟି, ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି, ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ ପାଇଁ ୬୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ପରେ ଗୃହ ମୁଲତବୀ ରଖାଯାଇଛି।

Leave A Reply

Your email address will not be published.