Odisha Link
Bridging the Missing Links in Odisha

‘ସମ୍ବିଧାନ ଦେଶର ସବୁଠୁ ବଡ଼ ଓ ପବିତ୍ର ଗ୍ରନ୍ଥ’

ଓଏଲ୍‌ ବ୍ୟୁରୋ: ଦେଶ ପାଳୁଛି ୭୫ତମ ସମ୍ବିଧାନ ଦିବସ। ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ। ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା। ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି।

ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକର ୧୯୪୭ ମସିହାରରେ ସମ୍ବିଧାନ ଡ୍ରାଫ୍ଟ କମିଟିର ସଭାପତି ଭାବରେ ନିଯୁକ୍ତି ହୋଇଥିଲେ ଏବଂ ତାଙ୍କୁ ଭାରତର ସମ୍ବିଧାନ ଲେଖିବାର ଦାୟିତ୍ବ ଦିଆଯାଇଥିଲା। ଆମେରିକା ଇତିହାସକାର ଗ୍ରୀନବିଲେ ସେଓ୍ବାର୍ଡ ଅଷ୍ଟିନ ଆମ୍ବେଦକରଙ୍କ ଦ୍ବାରା ଲେଖଯାଇଥିବା ସମ୍ବିଧାନକୁ ସର୍ବ ପ୍ରଥମେ ଏକ ସମ୍ବିଧାନିକ ଡକ୍ୟୁମେଣ୍ଟ କହିଥିଲେ। ଏହି ଅବସରରେ ଆଜି ସଂସଦରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଆମ ସମ୍ବିଧାନ ଆମ ଗୌରବ, ସମ୍ବିଧାନ ଦେଶର ସବୁଠୁ ବଡ଼ ଓ ପବିତ୍ର ଗ୍ରନ୍ଥ। ଭାରତୀୟ ସମ୍ବିଧାନ ଏକ ଜୀବନ୍ତ, ପ୍ରଗତିଶୀଳ ଦସ୍ତାବିଜ ଅଟେ। ମହିଳା ସଶକ୍ତୀକରଣରେ ନୂଆ ଯୁଗର ଆରମ୍ଭ ହୋଇଛି। ସକ୍ରିୟ ଭାଗିଦାରୀ ପାଇଁ ଆମ ସମ୍ବିଧାନ ମଜବୁତ୍ ହୋଇଛି।

କାର୍ଯ୍ୟକ୍ରମରେ ଏକ ମୁଦ୍ରା ଏବଂ ଡାକ ଟିକେଟ ମଧ୍ୟ ଜାରି କରାଯାଇଛି। ଏଥିସହ କିଛି ପୁସ୍ତକର ମଧ୍ୟ ଉନ୍ମୋଚନ କରାଯାଇଛି। ସମ୍ବିଧାନର ୭୫ ବର୍ଷ ଅବସରରେ ୭୫ ଟଙ୍କିଆ କଏନ୍ ଉନ୍ମୋଚିତ ହୋଇଛି। ୭୫ ଟଙ୍କିଆ କଏନ୍ ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଛି ପୁସ୍ତକ ଓ ଡାକ ଟିକେଟ ମଧ୍ୟ ଉନ୍ମୋଚିତ କରାଯାଇଛି। ସଂସ୍କୃତ ଭାଷାରେ ସମ୍ବିଧାନ ପୁସ୍ତକ ଉନ୍ମୋଚିତ ହୋଇଛି।

Leave A Reply

Your email address will not be published.