Odisha Link
Bridging the Missing Links in Odisha

୨୬/ ୧୧ ମୁମ୍ବାଇ ଆକ୍ରମଣ: ୧୬ ବର୍ଷ ତଳେ ଥରି ଉଠିଥିଲା ମାୟାନଗରୀ

୧୦ ପାକିସ୍ତାନୀ ଆତଙ୍କୀ ଯେଉଁ ଯନ୍ତ୍ରଣା ଦେଇ ଯାଇଛନ୍ତି ତାହା ଆଜି ମଧ୍ୟ ପ୍ରତିଟି ଭାରତୀୟଙ୍କ ଆଖିକୁ ଛଳଛଳ କରିଦେଉଛି

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ଆଜି ପୁରିଛି ୧୬ ବର୍ଷ। ହେଲେ ମନରୁ ଲିଭିନି ସେ ଦିନର ଘଟଣା। ଲୋମ ଟାଙ୍କୁରୀ ଉଠେ ସେ ନରସଂହାର ଦିନ ମନେ ପକାଇଲେ। ଆଜି ସାରା ଦେଶ ୨୬/୧୧ ଆକ୍ରମଣର ୧୬ ତମ ବାର୍ଷିକୀରେ ଶହୀଦ ବୀରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

୧୦ ପାକିସ୍ତାନୀ ଆତଙ୍କୀ ଯେଉଁ ଯନ୍ତ୍ରଣା ଦେଇ ଯାଇଛନ୍ତି ତାହା ଆଜି ମଧ୍ୟ ପ୍ରତିଟି ଭାରତୀୟଙ୍କ ଆଖିକୁ ଛଳଛଳ କରିଦେଉଛି। ୨୦୦୮ ମସିହା ମୁମ୍ବାଇ ଆତଙ୍କୀ ହମଲାରେ ୯ ଆତଙ୍କୀଙ୍କ ସମେତ ୧୬୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଜଣେ ଆତଙ୍କୀ କସାବକୁ ଗିରଫ କରିବା ପରେ ଫାଶୀ ଦିଆଯାଇଥିଲା। ତେବେ ମୁମ୍ବାଇରେ ହୋଇଥିବା ଏହି ଆତଙ୍କୀ ହମଲା କେବଳ ଭାରତ ନୁହଁ ବିଦେଶକୁ ମଧ୍ୟ ଦୋହଲାଇ ଦେଇଥିଲା।

୨୬ ନଭେମ୍ବର ୨୦୦୮ରେ ଲସ୍କର-ଇ-ତାଇବାର ଆତଙ୍କବାଦୀମାନେ ମୁମ୍ବାଇର ତାଜ୍‌ ହୋଟେଲ ସମେତ ୬ଟି ଜାଗାରେ ଆକ୍ରମଣ କରିଥିଲେ। ଏଥିରେ ପାଖାପାଖି ୬୦ ଘଣ୍ଟା ଧରି ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଆକ୍ରମଣ। ପ୍ରାୟ ୧୬୦ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସବୁଠାରୁ ଅଧିକ ଲୋକ ଛତ୍ରପତି ଶିବାଜୀ ଟର୍ମିନସ୍‌ରେ ଏବଂ ତାଜ୍‌ ହୋଟେଲରେ ପ୍ରାଣ ହରାଇଥିଲେ।

ମୁମ୍ବାଇରେ ଏହି ଆକ୍ରମଣ ଘଟାଇଥିବା ଆତଙ୍କୀ ସଙ୍ଗଠନ ଥିଲା ଲଶ୍‌କର-ଏ-ତୈୟବା। ୧୦ଜଣ ଆତଙ୍କବାଦୀ ଅଟୋମେଟିକ୍‌ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗ୍ରେନେଡ୍‌ ଦ୍ୱାରା ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଆତଙ୍କୀ ଅଜମଲ କସାବଙ୍କୁ ଜୀବିତ ଅବସ୍ଥାରେ କାବୁ କରାଯାଇଥିଲା। ଅଭିଯୁକ୍ତ ଭାବେ ପ୍ରମାଣ ହେବା ପରେ ୨୧ ନଭେମ୍ବର ୨୦୧୨ରେ କସାବଙ୍କୁ ଫାଶୀ ଦିଆ ଯାଇଥିଲା।

Leave A Reply

Your email address will not be published.