Odisha Link
Bridging the Missing Links in Odisha

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ, ନୂଆ ସର୍ଭେ କରିବେ ସରକାର

ଓଏଲ୍‌ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ବିଧାନସଭା ଅଧିବେଶନ ଚାଲିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି।

ଶୋକ ପ୍ରସ୍ତାବ ନେଇ ସମବେଦନା ଜଣାଇବା ପରେ ଗୃହରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ବିଜେଡି ବିଧାୟକଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଆବାସ ପାଇଁ ନୂଆ ସର୍ଭେ କରିବେ ସରକାର। ହିତାଧିକାରୀ ମାନଙ୍କୁ ଚିହ୍ନଟ ପାଇଁ ନୂଆ ସର୍ଭେ କରାଯିବ। ବାଦ ପଡିଥିବା ୫୦୯୬୩ ହିତାଧିକାରୀଙ୍କ ଦରଖାସ୍ତକୁ ନୂଆ ସର୍ଭେ ସମୟରେ ବିଚାର କରିବେ ସରକାର। ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଉତ୍ତର ରଖିଛନ୍ତି ।

ସେହିପରି ଚଳିତ ବର୍ଷ ୧ ଲକ୍ଷ ୧୧ ହଜାର ୮୧୮ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଓଡ଼ିଶାରେ ୧୨ ଲକ୍ଷ ୬୨୧ଟି ଘର ନିର୍ମାଣ ଲକ୍ଷ୍ୟ ରହିଛି। ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଏହି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିରୁ ୧୧ ଲକ୍ଷ ୭୬ ହଜାର ୫୩ଟି ଗୃହ ମଞ୍ଜୁର ହୋଇଛି। ୭,୪୩, ୩୨୧ଟି ଗୃହ ନିର୍ମିତ ହୋଇଥିବାବେଳେ ୪ ଲକ୍ଷ ୩୨ ହଜାର ୭୩୨ ନିର୍ମାଣାଧୀନ ଅବସ୍ଥାରେ ରହିଛି।

Leave A Reply

Your email address will not be published.