ଜାନୁଆରୀ ୫ରୁ ଆଦିବାସୀ ମେଳା
ଓଏଲ୍ ବ୍ୟୁରୋ: ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା। ୧୨ ଦିନ ଧରି ଚାଲିବ ଏହି ମେଳା। ପ୍ରଥମଥର ପାଇଁ ଭୁବନେଶ୍ୱରରେ ‘ପ୍ରବାସୀ ଭାରତୀୟ ସମ୍ମିଳନୀ’ ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାରୁ ଏହି ସମୟରେ ରାଜ୍ୟ ସରକାର ଆଦିବାସୀ ମେଳା ଆୟୋଜନ କରି ଓଡ଼ିଶାର ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।
ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳା ୧୨ ଦିନ ଯାଏଁ ଚାଲିବ। ଚଳିତଥର ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ସୂଚନାଥାଉକି, ପ୍ରତିବର୍ଷ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଜାନୁଆରୀ ୨୬ରୁ ଆରମ୍ଭ ହୋଇଥାଏ। ହେଲେ ଏଥର ଏଥିରେ ବ୍ୟତିକ୍ରମ ଦେଖା ଯାଇଛି।