Odisha Link
Bridging the Missing Links in Odisha

ଅତିରିକ୍ତ ବଜେଟ: ୭ଟି ବିଭାଗକୁ ମିଳିଲାନି ଟଙ୍କାଟିଏ

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିିତ ହୋଇଯାଇଛି ଅତିରିକ୍ତ ବଜେଟ। ମୋଟ ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ଜୁଲାଇ ମାସ ୨୫ ତାିଖରେରେ ମୋହନ ସରକାର ପ୍ରଥମ ଥର ପାଇଁ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନା କରିଥିଲେ। ପୂର୍ଣ୍ଣାଙ୍ଗ ବଜେଟେରା ରାଜ୍ୟ ସରକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନା କରିଥିଲେ।

ରାଜ୍ୟ ସରକାରଙ୍କର ମୋଟ ୪୪ଟି ବିଭାଗ ରହିଛି। ପୂର୍ଣ୍ଣାଙ୍ଗ ବଜେଟ୍‌ରେ ସମସ୍ତ ୪୪ଟି ବିଭାଗ ପାଇଁ ବ୍ୟୟ ଅଟକଳ କରାଯାଇଥିବା ବେଳେ ଅତିରିକ୍ତ ବଜେଟରେ ୭ଟି ବିଭାଗକୁ ଟଙ୍କାଟିଏ ବି ଦେଇ ନାହାନ୍ତି ମୋହନ ସରକାର। ନବୀନ ସରକାରଙ୍କ ଅମଳରା ସବୁୁବେଳେ ଚର୍ଚ୍ଚାରେ ରହୁଥିବା ମିଶନ ଶକ୍ତି ବିଭାଗକୁ ଅତିରିକ୍ତ ବଜେଟରେ ଟଙ୍କାଟିଏ ଦେଇ ନାହାନ୍ତି ରାଜ୍ୟ ସରକାର। ପୂର୍ଣ୍ଣାଙ୍ଗ ବଜେଟରେ ମିଶନ୍ତ ଶକ୍ତିକୁ ୨୭୬୨ ହଜାର କୋଟି ଟଙ୍କା ଦେଇଥିଲେ ସରକାର।

ମିଶନ୍ତ ଶକ୍ତି ବ୍ୟତୀତ ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ବିଭାଗ, ଇସ୍ତାତ ଓ ଖଣି ବିଭାଗ, ବିଜ୍ଞାନ ଓ ବୈଷୟିକ ଶିକ୍ଷା ବିଭାଗ, ସଂସଦୀୟ ବ୍ୟାପାର ବିଭାଗ, ସରକାର ଉଦ୍ୟୋଗ ବିଭାଗ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପାଇଁ ଟଙ୍କାଟିଏ ବି ବ୍ୟୟ ବରାଦ କରି ନାହାନ୍ତି ରାଜ୍ୟ ସରକାର। ଅତିରିକ୍ତ ବଜେଟରେ ସର୍ବାଧିକ ଟଙ୍କା ମହିଳା ଓ ଶିଶୁ ବିକାଶ ବିଭାଗକୁ ମିଳିଛି।

କେବଳ ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର। ସେହିପରି ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, CAPF ମୁତୟନ ପାଇଁ ୨୯୯ କୋଟି ଟଙ୍କା ବ୍ୟୟ ବରାଦ, ପୋଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସେହିପରି ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତି ସୁବିଧା ବିକାଶ ପାଇଁ ୨୬ କୋଟି ଓ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ ପାଇଁ ୬୬ କୋଟି ଟଙ୍କା , ମଧୁବାବୁ ପେନସନ ଯୋଜନାରେ ୩୩୮କୋଟିର ବ୍ୟବସ୍ଥା କରାଯାଇଛି। ସେହିପରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ବ୍ୟବସ୍ଥା କରାଯାଇଛି। ଅତିରିକ୍ତ ବଜେଟ ଉପସ୍ଥାପନା ପରେ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି।

Leave A Reply

Your email address will not be published.