Odisha Link
Bridging the Missing Links in Odisha

ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ସ୍କାନରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲେ ଭିଜିଲାନସ ଅଧିକାରୀ। ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ନିକଟରୁ ୧୨ ହଜାର ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।

ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ କର୍ମଚାରୀ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ଉକ୍ତ କର୍ମଚାରୀ ଜଣଙ୍କ ସିଡିପିଓ ସନ୍ଧ୍ୟାରଣୀ ପାଣିଗ୍ରାହୀଙ୍କୁ ତାଙ୍କ ଅଫିସରେ ୧୨ ହଜାର ଟଙ୍କା ଦେଇଥିଲେ। ସିଡିପିଓ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

Leave A Reply

Your email address will not be published.