Odisha Link
Bridging the Missing Links in Odisha

‘ମୁଁ ରାଜନୀତି ଛାଡ଼ି ଦେବି’

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ତିନି ଜଣଙ୍କ ମୃତ୍ୟୁ ପ୍ରସଙ୍ଗ ବିଧାନସଭାରେ ଚର୍ଚ୍ଚା ବଢ଼ାଇଛି। ବିଧାନସଭାରେ ବିରୋଧୀ ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗକୁ ନେଇ ଶାସକଦଳକୁ ଟାର୍ଗେଟ କରୁଥିବାବେଳେ ଆଜି ବିଜେଡି ବିଧାୟକ ବ୍ୟୋମକେଶ ରାୟ ବଡ଼ ବୟାନ ଦେଇଛନ୍ତି।

ବିଧାୟକ କହିଛନ୍ତି, ଆମ୍ବ ଟାକୁଆ ପାରମ୍ପରିକ ଖାଦ୍ୟ ନୁହେଁ। ମୁଖ୍ୟମନ୍ତ୍ରୀ ଯଦି ଗୃହରେ ଆସି ପ୍ରକାଶ କରିବେ ଆମ୍ବ ଟାକୁଆ ହେଉଛି ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ, ତାହାଲେ ମୁଁ ରାଜନୀତି ଛାଡ଼ି ଦେବି। ଅନାହାର ହିଁ ଆଦିବାସୀଙ୍କୁ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ କରେ। ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ନେତା, ଗୃହରେ ସେ ତଥ୍ୟ ରଖନ୍ତୁ ଆମ୍ବ ଟାକୁଆ ହେଉଛି ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ। ମୁଖ୍ୟମନ୍ତ୍ରୀ ଯଦି ତଥ୍ୟ ଦେଇ କହିଦେବେ ଆମ୍ବ ଟାକୁଆ ହେଉଛି ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ତାହାଲେ ମୁଁ ରାଜନୀତି ଛାଡ଼ି ଦେବି ବୋଲି ବିଧାୟକ କହିଛନ୍ତି।

ସୂଚନାଥାଉକି, ନଭେମ୍ବର ୨ ତାରିଖରେ ଦାରିଙ୍ଗବାଡିରେ ଆମ୍ବ କୋଇଲି ଜାଉ ଖାଇ ଅସୁସ୍ଥ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। କଟକରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ଏମ୍‌କେସିଜି ମେଡିକାଲରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। କନ୍ଧମାଳର ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ମାଣ୍ଡିପଙ୍କା ପହଞ୍ଚି ତଦନ୍ତ କରିଛନ୍ତି ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ। ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Leave A Reply

Your email address will not be published.