ଗୃହରେ ମନ୍ତ୍ରୀଙ୍କ ଘୋଷଣା: ଶିକାର ପାଇଁ ବିଦ୍ୟୁତ ତାର ବିଛାଇଲେ ମିଳିବ କଡ଼ା ଦଣ୍ଡ
![](https://www.odishalink.com/wp-content/uploads/2022/11/Elephant-.jpg)
ଓଏଲ୍ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ବନ୍ୟଜନ୍ତୁ ମୃତ୍ୟୁକୁ ନେଇ ବିଧାୟକଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବିଦ୍ୟୁତ ତାର ବିଛାଇ ବାର୍ହା ଶିକାର କରୁଥିବା ବ୍ୟକ୍ତିଙ୍କ ଘରର ଲାଇନ୍ କଟାଯିବ। ବାର୍ହା ଶିକାର ପାଇଁ ବିଛା ଯାଉଥିବା ତାର ଯୋଗୁଁ ହାତୀ ମରୁଥିବାରୁ ସରକାର କଠୋର ପଦକ୍ଷେପ ନେବେ।
ବିଧାନସଭା ପ୍ରଶ୍ନକାଳରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କହିଛନ୍ତି, ବିଦ୍ୟୁତ୍ ତାର ଲାଗି ବାର୍ହା ଓ ହାତୀ ମୃତ୍ୟୁକୁ ବରଦାସ୍ତ କରାଯିବନି। ବିଦ୍ୟୁତ୍ ତାର ବିଛାଇଲେ ସେମାନଙ୍କ ଘରୁ ବିଦ୍ୟୁତ ସଂଯୋଗ କଟାଯିବ। ବନ୍ୟଜନ୍ତୁ ମୃତ୍ୟୁ ଯୋଗୁଁ ରାଜ୍ୟ ବଦନାମ ହେଉଛନ୍ତି। ବାର୍ହା ଶିକାର ପାଇଁ ବିଛା ଯାଉଥିବା ତାର ଲାଗି ହାତୀ ମରୁଛନ୍ତି। ବିଧାୟକମାନେ ଏହା ଉପରେ ନଜର ରଖିବାକୁ ଶକ୍ତି ମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି।