Odisha Link
Bridging the Missing Links in Odisha

ଆମ୍ବଟାକୁଆ ମୃତ୍ୟୁ ଘଟଣା: ଆଜିଠୁ ତଦନ୍ତ କରିବେ ଖାଦ୍ୟ କମିଶନ ଅଧ୍ୟକ୍ଷ

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। କଟକରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଚିକିତ୍ସାଧୀିନ ଅବସ୍ଥାରେ ମାଣ୍ଡିପଙ୍କାର ଜିତା ମାଝୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ପୂର୍ବରୁ ଏମ୍‌କେସିଜି ମେଡିକାଲରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। କନ୍ଧମାଳର ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୩ ଜଣଙ୍କ ମୃତ୍ୟ ଘଟଣାରେ ଆଜି ମାଣ୍ଡିପଙ୍କା ଗସ୍ତରେ ଯିବେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ। ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବ।

ସୂଚନାଥାଉକି, ନଭେମ୍ବର ୨ ତାରିଖରେ ଦାରିଙ୍ଗବାଡିରେ ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ଘଟଣାରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା କଂଗ୍ରେସ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଖାଦ୍ୟ ସୁରକ୍ଷା ଯୋଜନାକୁ କଡାକଡି ପାଳନ କରିବାକୁ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଥିଲା।

ଅପରପକ୍ଷେ ଆମ୍ବଟାକୁଆ ମୃତ୍ୟୁ ଘଟଣାର କାରଣ କହିଥିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ଏସ୍‌ସିବିରେ ଚିକିତ୍ସିତ ରୋଗୀଙ୍କୁ ହେପାଟାଇଟିସ୍ ହୋଇଥିଲା। ଫଙ୍ଗାଲ ସଂକ୍ରମଣ ଯୋଗୁଁ ହେପାଟାଇଟିସ୍ ହୋଇଥାଏ। ଯେଉଁମାନେ ପ୍ରଥମ ଦିନ ଖାଇଲେ କିଛି ଅସୁବିଧା ନଥିଲା। ୨ରୁ ୩ ଦିନ ରଖିବା ଫଳରେ ସେଥିରେ ଫଙ୍ଗାଲ ଗ୍ରୋଥ୍ ହେଲା। ଫଙ୍ଗାଲ ଗ୍ରୋଥ ସହ ଟକ୍ସିନ ହେଲା, ଫଳରେ ଶରୀର ବିଷାକ୍ତ ହୋଇଯାଇଥିଲା ବୋଲି କହିଥିଲେ।

Leave A Reply

Your email address will not be published.