Odisha Link
Bridging the Missing Links in Odisha

ଗୃହରେ ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ରାଜ୍ୟରେ ପ୍ରତିଷ୍ଠା ହେବ ୫୮ଟି ଶୀତଳଭଣ୍ଡାର

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ବିଧାୟକଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ୫୮ଟି ସବଡିଭିଜନ୍‌ରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ସବ୍‌ଡିଭିଜନରେ ଶୀତଳଭଣ୍ଡାର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକତା ଦେଖି ପିପିପି ମୋଡ୍‌ରେ ହାଇବ୍ରିଡ୍ କୋଲ୍ଡ ଷ୍ଟୋରେଜ୍ ହେବ ବୋଲି ବିଧାନସଭା ପ୍ରଶ୍ନକାଳରେ କୃଷି ମନ୍ତ୍ରୀ କେ.ଭି ସିଂହଦେଓ ଉତ୍ତର ରଖିଛନ୍ତି।

ସୂଚନା ଅନୁସାରେ, ପ୍ରଥମ ଦିନରେ କନ୍ଧମାଳ ଆମ୍ବଟାକୁଆ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଘଟଣାରେ ବିଚାର ବିଭାଗୟୀ ତଦନ୍ତ ଦାବି କରିଛନ୍ତି। ଏହାସହ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ। ଆରଡିସି ସ୍ତରୀୟ ତଦନ୍ତ ଯଥେଷ୍ଟ ନୁହେଁ। ଅନାହାର ମୃତ୍ୟୁ ପଛର କାରଣ ସରକାର ଖୋଜନ୍ତୁ ବୋଲି କଂଗ୍ରେସ କହିଛି। କଂଗ୍ରେସ ଓ ବିଜେଡିର ହଙ୍ଗାମା ଭିତରେ ଶେଷ ହୋଇଥିଲା ବିଧାନସଭାର ପ୍ରଥମ ଦିନ। ଦ୍ୱିତୀୟ ଦିନରେ ଶୂନ୍ୟକାଳ ପାଇଁ ବିଜେଡି ମୁଲତବୀ ପ୍ରସ୍ତାବ ଆଣିଛି। ଖାଦ୍ୟ ସୁରକ୍ଷା ପ୍ରସଙ୍ଗକୁ ନେଇ ବିଜେଡି ମୁଲତବୀ ପ୍ରସ୍ତାବ ଆଣିଛି।

Leave A Reply

Your email address will not be published.