Odisha Link
Bridging the Missing Links in Odisha

ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ, ଜାରି ହେଲା କଟକଣା

ଓଏଲ୍‌ ବ୍ୟୁରୋ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ଆୟୋଜନ ଚାଲିବ ରୋଡ୍‌ ଶୋ’।

ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ ପାଇଁ କଟକଣା ଜାରି ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନ ‘ନୋ ଫ୍ଲାଇଙ୍ଗ ଜୋନ୍‌’ ଘୋଷଣା ହୋଇଛି। କୌଣସି ଡ୍ରୋନ୍‌ କାର୍ଯ୍ୟକ୍ରମ ସମୟରେ ଉଡ଼ି ପାରିବ ନାହିଁ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ନେଇ ବିଜେପି କାର୍ଯ୍ୟାଳୟରେ ପୂର୍ବ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ରାଜ୍ୟ ସଭାପତିଙ୍କ ସହ କାର୍ଯ୍ୟାଳୟ ବୁଲି ସମୀକ୍ଷା କରିଛନ୍ତି।

ସୂଚନା ଅନୁସାରେ, ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ୨୯ ତାରିଖରେ ଓଡ଼ିଶା ଆସିବେ। ସେ ୩୦ ଓ ଡିସେମ୍ବର ୧ରେ ଡିଜିପି ସମ୍ମିଳନୀରେ ଭାଗ ନେବେ। ତାଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ୩ ଦିନ ରହି କନଫରେନ୍ସରେ ଯୋଗଦେବେ। ସମ୍ମିଳନୀ ଶେଷ ହେବା ଯାଏ ସମସ୍ତେ ଉପସ୍ଥିତ ରହିବେ।

Leave A Reply

Your email address will not be published.