ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ: ବିଜେଡି ଆଣିଲା ମୁଲତବୀ ପ୍ରସ୍ତାବ
ଓଏଲ୍ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଶୁନ୍ୟକାଳ ପାଇଁ ବିଜେଡି ମୁଲତବୀ ପ୍ରସ୍ତାବ ଆଣିଛି। ଖାଦ୍ୟ ସୁରକ୍ଷା ପ୍ରସଙ୍ଗକୁ ନେଇ ବିଜେଡି ମୁଲତବୀ ପ୍ରସ୍ତାବ ଆଣିଛି।
ସୂଚନା ଅନୁସାରେ, ପ୍ରଥମ ଦିନରେ କନ୍ଧମାଳ ଆମ୍ବଟାକୁଆ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଘଟଣାରେ ବିଚାର ବିଭାଗୟୀ ତଦନ୍ତ ଦାବି କରିଛନ୍ତି। ଏହାସହ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ। ଆରଡିସିସ୍ତରୀୟ ତଦନ୍ତ ଯଥେଷ୍ଟ ନୁହେଁ। ଅନାହାର ମୃତ୍ୟୁ ପଛର କାରଣ ସରକାର ଖୋଜନ୍ତୁ ବୋଲି କଂଗ୍ରେସ କହିଛି। କଂଗ୍ରେସ ଓ ବିଜେଡିର ହଙ୍ଗାମା ଭିତରେ ଶେଷ ହୋଇଥିଲା ବିଧାନସଭାର ପ୍ରଥମ ଦିନ।