ଗୃହରେ ଉଠିଲା ସୁନ୍ଦରଗଡ଼ ପ୍ରସଙ୍ଗ: ଟ୍ୱିଟ୍ କରି ସ୍ପଷ୍ଟୋକ୍ତି ଦେଲେ ମୁଖ୍ୟମନ୍ତ୍ରୀ
![](https://www.odishalink.com/wp-content/uploads/2024/07/MOHAN-4-750x430.jpg)
ଓଏଲ୍ ବ୍ୟୁରୋ: ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାଗ ଭାଗ କରିବାକୁ ଚାହୁଁଛନ୍ତି। ଆମ ସଂସ୍କୃତି ପଶ୍ଚିମ ଓଡିଶା ସହ ଖାପ ଖାଉଛି ଉତ୍ତର ଓଡ଼ିଶା ସହିତ ନୁହଁ। ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ଯେ ସୁନ୍ଦରଗଡ଼କୁ ଉତ୍ତର ଓଡିଶାରେ ମିଶାଇବା କୌଣସି ନିଷ୍ପତ୍ତି ହୋଇନି ବୋଲି ଶୀତ ଅଧିବେଶନର ତୃତୀୟ ଦିନରେ ଗୃହରେ କିଛି ଏଭଳି କହି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟାର୍ଗେଟ କରିଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ।
ଚାନ୍ଦବାଲି ବିଧାୟକ ବ୍ୟୋମକେସ ରାୟ ମଧ୍ୟ ସୁନ୍ଦରଗଡ଼ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପୋଷ୍ଟକ୍ତି ଦାବି କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ସୁନ୍ଦରଗଡ଼ବାସୀ ଦୀର୍ଘ ବର୍ଷ ଧରି ଆମକୁ ଆଶୀର୍ବାଦ କରି ଆସୁଛନ୍ତି ଏବଂ ଆମେ ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ। ତେଣୁ ସୁନ୍ଦରଗଡ଼ବାସୀଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ପଦକ୍ଷେପ ସରକାର ନେବେ ନାହିଁ। ସୁନ୍ଦରଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।