Odisha Link
Bridging the Missing Links in Odisha

ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ: ରାଜ୍ୟରେ ପ୍ରତିଷ୍ଠା ହେବ ଫାଷ୍ଟ୍ ଟ୍ରାକ୍ କୋର୍ଟ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଏସବୁ ଭିତରେ ରାଜ୍ୟରେ ୪ଟି ଫାଷ୍ଟ ଟ୍ରାକ କୋର୍ଟ ଅତିଶୀଘ୍ର ପ୍ରତିଷ୍ଠା ହେବା ନେଇ ମନ୍ତ୍ରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟରେ ମହିଳା ବିରୋଧୀ ହିଂସାକୁ ନେଇ ରାଜ୍ୟ ସରକାର ଶୁନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି।

ମହିଳା ବିରୋଧୀ ଅପରାଧର ତ୍ୱରିତ ବିଚାର ପାଇଁ ରାଜ୍ୟ ସରକାର ରାଜ୍ୟରେ ୪ଟି ଫାଷ୍ଟ ଟ୍ରାକ କୋର୍ଟ ଅତିଶୀଘ୍ର ପ୍ରତିଷ୍ଠା କରିବାକୁ ପଦକ୍ଷେପ ନେଉଛନ୍ତି। ଆଜି ବିରୋଧୀଙ୍କ ଦ୍ଵାରା ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମହିଳା ବିରୋଧୀ ହିଂସା ଏକ ସାମାଜିକ ବ୍ୟାଧି। ଏହାର ମୂଳୋତ୍ପାଟନ ପାଇଁ ସରକାର ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନେଉଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଖୁବଶିଘ୍ର ନ୍ୟାସନାଲ ଫୋରେନସିକ ୟୁନିଭରସିଟିର ଦ୍ଵିତୀୟ ଶାଖା ଓଡ଼ିଶାରେ ଖୋଲିବାକୁ ଯାଉଛି। ଯାହାଦ୍ବାରା ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇ ପାରିବ। ମହିଳା ବିରୋଧୀ ହିଂସାରେ ଶୁନ୍ୟ ସହନଶୀଳ ନୀତି ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.