୨୪ ବର୍ଷର ଝାଡ଼ଖଣ୍ଡର ୧୪ ତମ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ହେଲା ହେମନ୍ତ ସୋରେନ। ବିଧାନସଭା ନିର୍ବାଚନରେ ଇଣ୍ଡିଆ ଗଠବନ୍ଧନର ବିପୁଳ ବିଜୟ ପରେ ହେମନ୍ତ ସୋରେନ ୪ର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଜି ଅପରାହ୍ନରେ ସେ ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ ନେଇଛନ୍ତି। ଆୟୋଜିତ ଏକ ଭବ୍ୟ ଉତ୍ସବରେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗଓ୍ବାର ପଦ ଏବଂ ଗୋପନୀୟତାର ଶପଥ କରାଇଛନ୍ତି। ସବୁଠୁ ବଡ଼କଥା ହେଲା ୨୪ ବର୍ଷର ଝାଡ଼ଖଣ୍ଡରେ ଏପର୍ଯ୍ୟନ୍ତ ୧୪ ଜଣ ମୁଖ୍ୟମନ୍ତ୍ରୀ ଶପଥ ନେଲେଣି।
ଇଡି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସାରେନ୍ ଫସିଥିଲେ ମଧ୍ୟ ତାଙ୍କ ଉପରେ ଭରସା କରିଛନ୍ତି ଝାଡ଼ଖଣ୍ଡ ଜନତା। ବାରହେଟ ଆସନରୁ ବିଜୟୀ ହୋଇଥିଲେ ହେମନ୍ତ ସୋରେନ। ବିପକ୍ଷ ପ୍ରାର୍ଥୀ ବିଜେପିର ଗାମଲିୟେଲ ହେମ୍ବରମଙ୍କୁ ୩୯ ହଜାର ୪୧୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ସୋରେନ। ସୋରେନଙ୍କୁ ୯୪ ହଜାର ୮୪୦ ଖଣ୍ଡ ଭୋଟ୍ ମିଳି ଥିବାବେଳେ ହେମ୍ବରମଙ୍କୁ ୫୫ ହଜାର ୪୨୪ ଖଣ୍ଟ ଭୋଟ୍ ମିଳିଛି।