Odisha Link
Bridging the Missing Links in Odisha

ଅସୁସ୍ଥ କଲା ବିଷାକ୍ତ ଖାଦ୍ୟ, ମେଡିକାଲରେ ଭର୍ତ୍ତି ହେଲେ ୧୦ ନର୍ସିଂ ଛାତ୍ରୀ

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚହଳ ପଡିଥିବାବେଳେ ରାଜଧାନୀରେ ବିଷାକ୍ତ ଖାଦ୍ୟ ଖାଇ ନର୍ସିଂ ଛାତ୍ରୀ ଗୁରୁତର ହୋଇଥିବା ଜଣା ପଡିଛି। ଶିଶୁପାଳଗଡ଼ ସ୍ଥିତ ଘରୋଇ ନର୍ସିଂ କଲେଜର ୧୦ ଛାତ୍ରୀ ଅସୁସ୍ଥ ହୋଇ ପଡିବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ହଷ୍ଟେଲ ଖାଦ୍ୟ ଭଲ ନଲାଗିବାରୁ ବାହାରୁ କିଣି ଖାଇଥିଲେ। ଏହାପରେ ୧୨ଜଣ ଅସୁସ୍ଥ ହୋଇ ପଡିଛନ୍ତି। ଗୁରୁତର ଅବସ୍ଥାରେ ବିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ୨ ଜଣଙ୍କୁ ଓରାଲ ଟ୍ରିଟମେଣ୍ଟ ଦିଆଯାଇ ଅବଜରଭେସନରେ ରଖାଯାଇଛି। ଗତ କାଲି ରାତିରେ ହଷ୍ଟେଲ ଖାଦ୍ୟରେ କଣ ସମସ୍ୟା ଥିଲା ବୋଲି ନ ଖାଇ ବାହାରୁ ଖାଦ୍ୟ ମଗାଇ ଖାଇଥିଲେ। ତେଣୁ ସେଥିପାଇଁ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.