Odisha Link
Bridging the Missing Links in Odisha

‘ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ, ଦିବ୍ୟାଙ୍ଗଙ୍କୁ ଦିଆଯିବ ଅଗ୍ରାଧିକାର’

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ। ଏନେଇ ରାଜ୍ୟ ସରକାର ନୂଆ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି। ସର୍ଭେ ଚୂଡ଼ାନ୍ତ ହେବା ପରେ ଯୋଗ୍ୟ ପରିବାରକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଧାର୍ଯ୍ୟଲକ୍ଷ ଆଧାରରେ ଗୃହ ମଞ୍ଜୁର କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଗୃହରେ ସୂଚନା ଦେଇଛନ୍ତି।

ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ଛାଲିଥିବାବେଳେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖୁଛନ୍ତି। ଆବାସ ଯୋଜନା ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ଆବାସ ପାଇଁ ନିଜ ପାଇଁ ନିଜେ ସର୍ଭେ କରିବେ ଲୋକ। ନିଜେ ଯୋଗ୍ୟ କି ନୁହେଁ ନିଜେ ସର୍ଭେ କରିବେ ଲୋକ। କେହି ଯୋଗ୍ୟ ହିତାଧିକାରୀ ଯୋଜନାରୁ ଅଣଦେଖା ହେବେନି। ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ।

ଆସନ୍ତା ଡିସେମ୍ବରରେ ଗାଁ ଗାଁରେ ଏନେଇ କ୍ୟାମ୍ପ କରାଯିବ। କର୍ମଶାଳାରେ ଯୋଗ ଦେଇ ଲୋକେ ଏହାର ଲାଭ ନେଇ ପାରିବେ। ହିତାଧିକାରୀ ଚୟନରେ ଦିବ୍ୟାଙ୍ଗ ଓ ବିଧବାଙ୍କୁ ଦିଆଯିବ ଅଗ୍ରାଧିକାର। ଆସନ୍ତା ୨ ମାସ ସମୟ ଭିତରେ ରି ସର୍ଭେ କରାଯିବ। ଏହି ଅବଧିରେ ତାଲିମ ସହ ଆବେଦନ ଓ ଅନଲାଇନରେ ଚେକ୍ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.