Odisha Link
Bridging the Missing Links in Odisha

ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ୨୦୨୪ ପାରିତ

ଗତକାଲି ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥାପିତ କରିଥିଲେ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭାରେ ଓଡ଼ିଶା ଦ୍ରବ୍ୟ ଓ ସେବା କର(ଦ୍ୱିତୀୟ ସଂଶୋଧନ)ବିଲ୍‌, ୨୦୨୪ ପାରିତ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଲକୁ ଗୃହରେ ଉପସ୍ଥାପିତ କରିଥିଲେ ।
ଆଜି ବିଲଟିର ବିଚାର ଓ ପାରିତ ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ପ୍ରସ୍ତାବ ରଖିଥିଲେ । ବିଲ ଆଲୋଚନାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଗଣେଶ୍ୱର ବେହେରା, ନିରଞ୍ଜନ ପୂଜାରୀ, ଶୋଫିଆ ଫିର୍ଦ୍ଦୋଷ, ରାମଚନ୍ଦ୍ର କାଡ଼ାମ, ଇରାସିଶ ଆଚାର୍ଯ୍ୟ ପ୍ରମୁଖ ଭାଗ ନେଇଥିଲେ । ଶେଷରେ ବିଲ ସପକ୍ଷରେ ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟ ରଖିବା ପରେ ଏହା ପାରିତ ହୋଇଛି।

Leave A Reply

Your email address will not be published.