Odisha Link
Bridging the Missing Links in Odisha

୨୧ଟି ଯୋଜନାର ନାଁ ବଦଳେଇଛନ୍ତି ମୋହନ ସରକାର, ମୁଖ୍ୟମନ୍ତ୍ରୀ ଗୃହରେ ରଖିଲେ ତଥ୍ୟ

ହକାର୍ଯ୍ୟ ସୁରୁଖୁରରେ ଚାଲିଥିବା ବେଳେ ସାମ୍ନାକୁ ଆସିଛି ରୋଚକ ତଥ୍ୟ। ୨୪ ବର୍ଷର ନବୀନ ସରକାର ଯିବା ପରେ ମୋହନ ସରକାର ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି।

ଓଏଲ‌ ବ୍ୟୁରୋ: ଚାଲିଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଗୃହକାର୍ଯ୍ୟ ସୁରୁଖୁରରେ ଚାଲିଥିବା ବେଳେ ସାମ୍ନାକୁ ଆସିଛି ରୋଚକ ତଥ୍ୟ। ୨୪ ବର୍ଷର ନବୀନ ସରକାର ଯିବା ପରେ ମୋହନ ସରକାର ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଲିଖିତ ଉତ୍ତର ଉପସ୍ଥାପିତ କରିଛନ୍ତି।

ବିଜୁ ଜନତା ଦଳର ବିଧାୟକ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ରାଜ୍ୟ ଯୋଜନା, କେନ୍ଦ୍ର ଯୋଜନା କେତେ ପ୍ରତିଶତ ଅନୁଦାନରେ କେତେ ଯୋଜନା କାର୍ଯକାରୀ ହେଉଥିଲା ? ଏଥିସହ କେଉଁ କେଉଁ ପୁରୁଣା ଯୋଜନା ନାମ ପରିବର୍ତ୍ତନ କରି ସରକାର ଏହାର ପୁନଃ ନାମକରଣ କରିଛନ୍ତି ତାର ତଥ୍ୟ କହିବେ କି ସରକାର ବୋଲି ପ୍ରଶ୍ନ କରିଥିଲେ ତୁଷାରକାନ୍ତି ବେହେରା।ଯାହାର ଲିଖିତ ଉତ୍ତର ରଖିଚନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ରାଜ୍ୟରେ ପୁରୁଣା ସରକାର ଯିବା ପରେ ଏବଂ ନୂଆ ସରକାର ଆସିବା ପରେ ଏ ପର୍ଯ୍ୟନ୍ତ ୨୧ଟି ଯୋଜନାର ପୁନଃ ନାମକରଣ କରାଯାଇଛି। ପୂର୍ବ ସରକାର ଅମଳରେ ହୋଇଥିବା କାଳିଆ ଯୋଜନା ଏବେ ସିଏମ୍ କିଷାନରେ ପରିବର୍ତ୍ତିତ ହେଇଥିବାବେଳେ ଓଡ଼ିଶା ମିଲେଟ୍ ମିଶନ ଏବଂ ଶ୍ରୀ ଅନ୍ନ ଯୋଜନାରେ ନାମିତ ହେଇଛି। ସେହିପରି କାଳିଆ ବୃତ୍ତି ଏବେ କୃଷି ବିଦ୍ୟା ନିଧି ଯୋଜାନାରେ ନାମିତ ହୋଇଛି। ତା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ବିଜୁ ପକ୍କା ଘର ବର୍ତ୍ତମାନ ଅନ୍ତଦୋୟ ଗୃହ ଯୋଜନାରେ ପରିବର୍ତ୍ତିତ ହେଇଛି ବୋଲି ମୋହନ ମାଝୀ ସୂଚନା ଦେଇଛନ୍ତି।

ପୁନଃ ନାମକରଣ କରାଯାଇଥିବା ୨୧ଟି ଯୋଜନା ଉପରେ ପକାନ୍ତୁ ନଜର:

Leave A Reply

Your email address will not be published.