Odisha Link
Bridging the Missing Links in Odisha

‘ନୀତି ଆୟୋଗ ଢାଞ୍ଚାରେ ଗଠନ ହେବ ଯୋଜନା ବୋର୍ଡ’

ଓଏଲ୍‌ ବ୍ୟୁରୋ: ସତର ବର୍ଷ ଧରି ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇନାହିଁ। ଯୋଜନା ବୋର୍ଡର ଅଧ୍ୟକ୍ଷ ନିଜେ ମୁଖ୍ୟମନ୍ତ୍ରୀ ରହିଆସୁଥିବା ବେଳେ ରାଜନୈତିକ ଥଇଥାନ ପାଇଁ ବରିଷ୍ଠ ରାଜନେତାମାନଙ୍କୁ ଏଠାରେ ଉପାଧ୍ୟକ୍ଷ ଓ ସଦସ୍ୟ ଭାବେ ସରକାର ନିଯୁକ୍ତି କରିଥାନ୍ତି। ତେବେ ଓଡ଼ିଶାରେ ବିଜେପି ସରକାର ଗଠିତ ହେବା ପରେ ଅଧାଖଣ୍ଡିଆ ଅବସ୍ଥାରେ ଥିବା ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ଆଉ ନୂଆ ଯୋଜନା ବୋର୍ଡ ଗଢ଼ାଯାଇ ନାହିଁ। ଯାହାକୁ ନେଇ ଗୃହରେ ପ୍ରଶ୍ନ ଉଠିଥିବାବେଳେ ଗୃହରେ ମନ୍ତ୍ରୀ ଉତ୍ତର ରଖିଛନ୍ତି। ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ହେବ।

ମନ୍ତ୍ରୀଙ୍କ କହିବା ମୁତାବକ, ରାଜ୍ୟରେ ନୀତି ଆୟୋଗ ଢାଞ୍ଚାରେ ଗଢାଯିବ ଯୋଜନା ବୋର୍ଡ। ଏହି ଯୋଜନା ବୋର୍ଡର ପୁନର୍ଗଠନ ପାଇଁ ସରକାର ଏବେ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରୁଚୁ। ଏ ସମ୍ପର୍କରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ବୈଠକ ଗତ ୨୪ ବର୍ଷ ଭିତରେ ମାତ୍ର ଦୁଇ ଥର ବସିଛି। ୨୦୦୩ ମେ ମାସରେ ଆଉ ୨୦୦୭ ଅକ୍ଟୋବର ମାସରେ ହିଁ ଶେଷ ଥର ପାଇଁ ଏହି ବୈଠକ ବସିଥିଲା। ତେଣୁ ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ ଗୋଟିଏ ଯୋଜନା ବୋର୍ଡର ପୁନର୍ଗଠନ ପାଇଁ ସରକାର ଚିନ୍ତା କରୁଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏ ସମ୍ପର୍କରେ ଗୁରୁବାର ପ୍ରଶ୍ନ କରିଥିଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ ବୋର୍ଡର ପୁନର୍ଗଠନ କେବେ ସୁଦ୍ଧା ହେବ ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ଏନେଇ ସରକାର କି କି ପଦକ୍ଷେପ ନେଇଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ। ଯାହାର ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Leave A Reply

Your email address will not be published.