Odisha Link
Bridging the Missing Links in Odisha

‘ମହାନଦୀରେ ନିର୍ମାଣ ହେବ ଜଳଭଣ୍ଡାର, ଚାଲିଛି ସର୍ବେକ୍ଷଣ’

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡ୍ରେନେଜ ବ୍ୟବସ୍ଥା ଓ ଜଳ ନିଷ୍କାସନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏହା ସହ ମହାନଦୀ ଅବବାହିକାରେ ଜଳଭଣ୍ଡାର ନିର୍ମାଣ କରାଯିବ। ସୁବ୍ୟବସ୍ଥିତ ବ୍ୟାରେଜ ମଧ୍ୟ କରାଯିବ ଏନେଇ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।

ସୂଚନା ଅନୁସାରେ, ମହାନଦୀ ଅବବାହିକାରେ ଜଳଭଣ୍ଡାର ନିର୍ମାଣ କରାଯିବ। ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ଚାଲିଛି। ମହାନଦୀ ଅବବାହିକାରେ ଜଳଭଣ୍ଡାର ପ୍ରକଳ୍ପ ସହ ବ୍ୟାରେଜ ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।

Leave A Reply

Your email address will not be published.