କ୍ରିକେଟରୁ ସନ୍ନ୍ୟାସ ନେଲେ ଟିମ୍ ଇଣ୍ଡିଆର ଘାତକ ବୋଲର
ଓଏଲ୍ ବ୍ୟୁରୋ: ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର୩୪ ବର୍ଷିୟ ସିଦ୍ଧାର୍ଥ କୌଲ। ଭାରତୀୟ ଦଳ ପାଇଁ ମୋଟ ୬ଟି ମ୍ୟାଚ୍ ଖେଳିଥିବା ସିର୍ଦ୍ଧାର୍ଥ କ୍ରିକେଟର ୩ଟି ଫର୍ମାଟରୁ ଅବସର ନେଇଛନ୍ତି। ଭାରତୀୟ ଦଳ ପାଇଁ ୩ଟି ଦିନିକିଆ ଓ ୩ଟି ଟି-୨୦ ଖେଳିିଥିଲେ ସିଦ୍ଧାର୍ଥ। ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ୫୫ଟି ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ସିଦ୍ଧାର୍ଥ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭଳି ଦଳର ସଦସ୍ୟ ଥିଲେ। ଚଳିତ ଆଇପିଏଲ ମେଗା ନିଲାମରେ ସିଦ୍ଧାର୍ଥଙ୍କୁ କୌଣସି ଦଳ କିଣି ନଥିଲେ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସିଦ୍ଧାର୍ଥ କୌଲ ଏକ ପୋଷ୍ଟ କରିଛନ୍ତି। ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଉଛି। ବିରାଟ କୋହଲିିଙ୍କ ଅଧିନାୟକତ୍ବରେ ଭାରତୀୟ ଅଣ୍ଡର-୧୯ ବିଶ୍ବକପ୍ ଜିତିଥିଲା। ସେହି ବିଜୟୀ ଟିମ୍ର ସଦସ୍ୟ ଥିଲେ ସିଦ୍ଧାର୍ଥ। ୨୦୧୮ ମସିହାରେ ଭାରତୀୟ ଦଳରେ ଦିନିକିଆ ଡେବ୍ୟୁ କରିଥିଲେ। ସେହିବର୍ଷ ଟି-୨୦ ଫର୍ମାଟରେ ମଧ୍ୟ ଭାରତୀୟ ଦଳ ପକ୍ଷରୁ ଡେବ୍ୟ କରିଥିଲେ ସିଦ୍ଧାର୍ଥ।
ସିଦ୍ଧାର୍ଥ ୨୦୧୩ ମସିହାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଡେବ୍ୟୁ କରିଥିଲେ। ସିଦ୍ଧାର୍ଥ ହାଇଦ୍ରାବାଦ ସହିତ କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଓ ବେଙ୍ଗାଲୁରୁ ପାଇଁ ଖେଳିଥିଲେ। ଆଇପିଏଲ କ୍ୟାରିୟରରେ ସିଦ୍ଧାର୍ଥ ୫୪ଟି ମ୍ୟାଚ୍ ଖେଳି ୫୮ଟି ଓ୍ବିକେଟ ନେଇଥିଲେ। ସେହିପରି ଭାରତ ପାଇଁ ମାତ୍ର ୪ଟି ଓ୍ବିକେଟ ନେବାରେ ସଫଳ ହୋଇଥିଲେ ସିଦ୍ଧାର୍ଥ