ବଢୁଛି ଶୀତ, ଦୁର୍ଘଟଣାଠୁ ଦୂରରେ ରହିବାକୁ ମାନନ୍ତୁ ଏହି ସବୁ ନିୟମ..
ଓଏଲ୍ ବ୍ୟୁରୋ: ଖସୁଛି ପାରଦ ବଢୁଛି ଶୀତ। ସକାଳେ ଶୀତ ବୃଦ୍ଧି ପାଇବା ସହ ସଞ୍ଜ ଆସିଲେ ଶୀତର ପ୍ରକୋପ ଧୀରେ ଧୀରେ ବଢିବା ସହ ପାରଦ ଖସୁଛି। ଶୀତ ଦିନରେ କୁହୁଡ଼ି ଯୋଗୁଁ ସଡ଼କର ଦୃଶ୍ୟମାନ୍ୟତା ମଧ୍ୟ ହ୍ରାସ ପାଉଛି। ଯାହା ଅନେକ ସମୟରେ ଦୁର୍ଘଟଣାର କାରଣ ହେଉଛି। ତେଣୁ ଯାତ୍ରାକୁ ସୁରକ୍ଷିତ ରଖିବାକୁ ସାବଧାନତାର ସହ ଗାଡ଼ି ଚାଲିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସଚେତନ କରାଯାଇଛି।
ସୁରକ୍ଷିତ ରହିବାକୁ ମାନନ୍ତୁ ଏହି ସବୁ ନିୟମ..
-ସୁରକ୍ଷିତ ରହିବାକୁ ସାବଧାନତାର ସହ ଗାଡ଼ି ଚଳାନ୍ତୁ।
– ଦ୍ରୁତଗତିରେ ଗାଡ଼ି ଚଲାନ୍ତୁ ନାହିଁ।
– ଫଗ୍ ଲାଇଟ୍ ବ୍ୟବହାର କରନ୍ତୁ।
– ନିଶା ସେବନ କରି ଗାଡ଼ି ଚଲାନ୍ତୁ ନାହିଁ।