କଂଗ୍ରେସ ବିଧାୟକଙ୍କ ବଡ଼ ବୟାନ: ୧୦ ଦିନରେ ପିସିସି ସଭାପତି ଘୋଷଣା
ଓଏଲ୍ ବ୍ୟୁରୋ: ୧୦ ଦିନ ଭିତରେ ପିସିସି ସଭାପତି ଘୋଷଣା କରିବେ ହାଇକମାଣ୍ଡ। ନେତାଙ୍କ ମତାମତ ନେଇଛନ୍ତି ଦୁଇ ଜଣ ପର୍ଯ୍ୟବେକ୍ଷକ।ଜଣେ ଉପଯୁକ୍ତ ନେତାଙ୍କୁ ଦାୟିତ୍ୱ ଦେବେ। ହାଇକମାଣ୍ଡ ଓଡ଼ିଶାକୁ ଏବେ ଫୋକସ କରିଛନ୍ତି ବୋଲି କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ କହିଛନ୍ତି।
୪ ମାସ ହେବ ମୁରବି ବିହୀନ ହୋଇ ରହିଛି ଓଡ଼ିଶା କଂଗ୍ରେସ। ଏବେ ବି କଂଗ୍ରେସ ମୁଖିଆ କିଏ ହେବେ ସେନେଇ ଅଙ୍କ ଛିଣ୍ଡୁନି। ଏସବୁ ମଧ୍ୟରେ ଆଜି କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ କହିଛନ୍ତି, ୧୦ ଦିନ ଭିତରେ ପିସିସି ସଭାପତି ଘୋଷଣା କରିବେ ହାଇକମାଣ୍ଡ। ନେତାଙ୍କ ମତାମତ ନେଇଛନ୍ତି ଦୁଇ ଜଣ ପର୍ଯ୍ୟବେକ୍ଷକ।ଜଣେ ଉପଯୁକ୍ତ ନେତାଙ୍କୁ ଦାୟିତ୍ୱ ଦେବେ।
ଅନ୍ୟପଟେ, କଂଗ୍ରେସ ଶିବିରରେ ଆଲୋଚନା ହେଉଛି ଯେ, ପିସିସି ସଭାପତି ଦୌଡ଼ରେ ଏବେ ଭକ୍ତ ଦାସ ଓ ମହମ୍ମଦ ମୋକିମଙ୍କ ନାଁ ଆଗରେ ରହିଛି। ସେହିପରି ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଦୌଡ଼ରେ ଥିବା ଜଣାପଡ଼ିଛି।ନିକଟରେ କଂଗ୍ରେସର ୪୦ରୁ ଅଧିକ ନେତା ଛତିଶଗଡ଼ ଯାଇ ଚରଣଦାସ ମହନ୍ତଙ୍କୁ ଭେଟି ମୋକିମଙ୍କ ପାଇଁ ଲବି କରିଥିବା ଚର୍ଚ୍ଚା ହେଉଛି।