Odisha Link
Bridging the Missing Links in Odisha

ପୁଣି ଠାବ ହେଲା ମାଓ କ୍ୟାମ୍ପ, ବିପୁଳ ମାଓ ସାମଗ୍ରୀ ଜବତ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିପାଇଁ ସମଗ୍ର ରାଜଧାନୀକୁ ସୁରକ୍ଷା ଆବରଣ ମଧ୍ୟରେ ରଖାଯାଇଛି। ୭୦ ପ୍ଲାଟୁନ୍‌ ପୁଲିସ, ୧୨ କମ୍ପାନୀ ସିଆଇଏସ୍‌ଏଫ୍‌ଙ୍କ ସହ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରାଜଧାନୀ ରହିଛି। ଏସବୁ ଭିତରେ ବୌଦ୍ଧରେ ପୁଣି ମାଓକ୍ୟାମ୍ପ ଠାବ ହୋଇଛି। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ମନମୁଣ୍ଡା ଥାନା କନାଗୁଡା ନିକଟ ଜଙ୍ଗଲରେ DVF ଓ ବମ ସ୍କ୍ୱାର୍ଡ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। ୨୩୦ ଜିଲୋଟିନ ସମେତ ବହୁ ମାଓ ସାମଗ୍ରୀ ଜବତ ନେଇ ଏସପି ନାଗରାଜ୍ ଦେବରକୋଣ୍ଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.