Odisha Link
Bridging the Missing Links in Odisha

‘ଆଳୁ ସମସ୍ୟା ନାହିଁ, ଉତ୍ତରପ୍ରଦେଶରୁ ଆସିବ’

ଗ୍ରାହକକୁ ୩୦ ଟଙ୍କାରେ ଆଳୁ ମିଳିବ

ଓଏଲ୍‌ ବ୍ୟୁରୋ: ଆଳୁ ସମସ୍ୟାକୁ ନେଇ ଏବେ ପୁଣି ଚିନ୍ତା। ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆ ଆଳୁ ନ ଆସିବା ପର୍ଯ୍ୟନ୍ତ, ଜାନୁଆରୀ, ଫେବୃଆରୀ ଯାଏଁ ଆଳୁ ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା । ତେବେ ଆଳୁ ସମସ୍ୟାକୁ ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । କେଜି ପିଛା ୩୦ ଟଙ୍କାରେ ଗ୍ରାହକଙ୍କୁ ମିଳିବ ଆଳୁ । ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରାଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ । ସେ କହିଛନ୍ତି, ଆଳୁ ସମସ୍ୟା ନାହିଁ, କେହି ଚିନ୍ତିତ ହୁଅନ୍ତୁନି, ଉତ୍ତର ପ୍ରଦେଶରୁ ଆଳୁ ଅର୍ଡର ହେଇଛି । ଗ୍ରାହକକୁ ୩୦ ଟଙ୍କାରେ ଆଳୁ ମିଳିବ । ଏହି ସମସ୍ୟା ଆଜିର ନୁହେଁ କହି ପୂର୍ବ ସରକାର ଉପରେ ଦୋଷ ଠେଲିଛନ୍ତି ମନ୍ତ୍ରୀ ।ନୂଆ ସରକାର ଅନେକ ଯୋଜନା କରୁଛନ୍ତି । ଟିକେ ସମୟ ଲାଗିବ । କିନ୍ତୁ ସମସ୍ୟାର ସମାଧାନ ହୋଇଯିବ । ୫୮ ଟି ଶୀତଳ ଭଣ୍ଡାର ନିର୍ମାଣ କାମ ଆରମ୍ଭ ହେଉଛି, ଟିକେ ସମୟ ଲାଗିବ ବୋଲି କହିଛନ୍ତି ମନ୍ତ୍ରୀ ।

ବୁଧବାର ମମତାଙ୍କର ଏହି ବୟାନ ପରେ, ଆଜି ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡ଼ି ଆସିବା ବନ୍ଦ ହୋଇଯାଇଛି । ମମତାଙ୍କ ନିର୍ଦ୍ଦେଶ ପରେ, ଓଡିଶା ସୀମାରେ ଅଟକି ରହିଛି ଶହ ଶହ ଆଳୁ ଗାଡ଼ି । ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନବାନ୍ନାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଞ୍ଚ କରାଯାଇଛି । ଯେଉଁ କାରଣରୁ ଆନ୍ତଃରାଜ୍ୟ ସୀମା ଦେଇ ଆଳୁ ଅନ୍ୟ ରାଜ୍ୟକୁ ଯାଉଛି ତାହାକୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.