Odisha Link
Bridging the Missing Links in Odisha

ବାଲୁକାକଳାରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ସ୍ୱାଗତ କଲେ ବାଲୁକାଶିଳ୍ପୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ। ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। ଡିଜିିପି ସମ୍ମିଳନୀରେ ଯୋଗ ଦେବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ବାଲୁକାକଳାରେ ମାଧ୍ୟମରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ୱାଗତ କରିଛନ୍ତି।

ମୋଦିଙ୍କ ଗସ୍ତ ନେଇ କାର୍ଯ୍ୟ ସୂଚୀ ପ୍ରକାଶ ପାଇଛି। ଶୁକ୍ରବାର ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ଏହାପରେ ସୁରକ୍ଷା ବଳୟ ମଧ୍ୟରେ ଅପରାହ୍ନ ୫ଟା ୧୫ରେ ପ୍ରଧାନମନ୍ତ୍ରୀରାଜଭବନରେ ପହଞ୍ଚିବେ । ରାଜଭବନରେ ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ରହିବେ। ଏହାପରେ ୬ଟା ୨୦ରୁ ରାଜଭବନରୁ ବାହାରି ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଯିବେ। ସେଠାରେ ଦଳୀୟ ବିଧାୟକ, ମନ୍ତ୍ରୀ, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଏମ୍‌ପିମାନଙ୍କ ସହ ବୈଠକ କରିବେ।

ଏହି ଅବସରରେ ସେ ଉଭୟ ଦଳ ଓ ସରକାରୀ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିବେ। ୭ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ରାତ୍ରିଭୋଜନ କରିବେ। ୮ଟା ୩୦ରେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ୮ଟା ୪୫ରେ ରାଜଭବନରେ ପହଞ୍ଚିବେ। ସେଠାରେ ରାତ୍ରିଯାପନ କରିବେ।

ଏହାପରେ ନଭେମ୍ବର ୩୦ ତାରିଖ ପୂର୍ବାହ୍ନ ୮ଟା ୩୦ରେ ରାଜଭବନରୁ ବାହାରି ସିଧାସଳଖ ଲୋକସେବା ଭବନ କନ୍‌ଭେନସନ ସେଣ୍ଟରଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ ଯୋଗଦେବେ। ସେଠାରେ ସେ ରାତି ୮ଟା ପର୍ଯ୍ୟନ୍ତ ରହିବେ। ଏହାପରେ ସେ ରାତି ୮ଟାରେ ସିଧାସଳଖ ରାଜଭବନ ଯିବେ।

ସେହିପରି ଡିସେମ୍ବର ୧ ତାରିଖ ପୂର୍ବାହ୍ନ ୮ଟା ୨୫ରେ ରାଜଭବନରୁ ବାହାରି ୮ଟା ୩୦ରେ ଡିଜିପି ସମ୍ମିଳନୀରେ ଯୋଗଦେବେ। ଅପରାହ୍ନ ୪ଟା ୧୫ ପର୍ଯ୍ୟନ୍ତ କନ୍‌ଭେନସନ ସେଣ୍ଟରଠାରେ ରହିବେ। ଏହାପରେ ଅପରାହ୍ନ ୪ଟା ୩୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.