Odisha Link
Bridging the Missing Links in Odisha

ଚାମ୍ପିଅନ୍ସ ଟ୍ରଫିିର ଭାଗ୍ୟ ନିର୍ଦ୍ଧାରଣ କରିବ ଆଇସିସି, ବୈଠକ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଆଇସିସି ଚମ୍ପିଆନ୍ସ ଟ୍ରଫିକୁ ନେଇ ଆଜି ଆସିବ ବଡ଼ ଅପଡେଟ୍‌। ୨୦୨୫ ଚମ୍ପିଆନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ରହିଛି। ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛି ପାକିସ୍ତାନ। ହେଲେ ଭାରତ ଚମ୍ପିଆନ୍ସ ଟ୍ରଫି ଖେଳିଯିବାକୁ ପାକିସ୍ତାନ ଯିବାକୁ ମନା କରିଛି। ଯାହାକୁ ନେଇ ଚିନ୍ତାରେ ପାକିସ୍ତାନ ଓ ଆଇସିସି। ଚମ୍ପିଆନ୍ସ ଟ୍ରଫି ହାଇବ୍ରିଡ ମୋଡରେ ଖେଳାଯିବାର ସମ୍ଭାବନା ରହିଛି। ଯାହାର ନିଷ୍ପତ୍ତି ଆଜି ନିଆଯିବ।

ଆଜି ଆଇସିସିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ସମୟ ଅନୁସାରେ ଅପରାହ୍ନରେ ବୈଠକ ଆରମ୍ଭ ହେବ। ଚମ୍ପିଆନ୍ସ ଟ୍ରଫିକୁ ନେଇ ଗୁରୁତ୍ବପୂୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଏହି ବୈଠକରେ ହାଇବ୍ରିଡ ମୋଡରେ ଚମ୍ପିଆନ୍ସ ଟ୍ରଫି ଆୟୋଜନକୁ ନେଇ ଚର୍ଚ୍ଚା ହୋଇପାରେ। ହେଲେ ବୈଠକର କିଛି ଘଣ୍ଟା ପୂର୍ବରୁ ପାକିିସ୍ତାନ ବୋର୍ଡ ହାଇବ୍ରିଡ ମୋଡକୁ ମନା କରି ଦେଇଛି। ଯାହାକୁ ନେଇ ଆହୁରି ଚିନ୍ତାରେ ରହିଛି ଆଇସିସି।

ଏଭଳି ସମୟରେ ଦୁଇଟି କଥା ହୋଇପାରେ। ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ଆୟୋଜକରୁ ଓହରି ପାରେ। ନଚେତ୍‌ ଭାରତ ବିନା ଚମ୍ପିଆନ୍ସ ଟ୍ରଫି ଖେଳାଯିବ। ଭାରତୀୟ ଦଳ ଯଦି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନନେବ ତେବେ ଆଇସିସିକୁ ବଡ଼ କ୍ଷତି ସହିବାକୁ ପଡ଼ିବ। ଏଥିସହିତ ପ୍ରସାରଣକାରୀ ସଂସ୍ଥା ଉପରେ ମଧ୍ୟ ପ୍ରଭାବ ପଡ଼ିବ। ଆଉ କିଛି ସମୟ ପରେ ଆଇସିସି ଚମ୍ପିଆନ୍ସ ଟ୍ରଫିର ଭାଗ୍ୟ ନିର୍ଦ୍ଧାରିତ ହେବ।

ସୂଚନାଥାଉକି, ଆସନ୍ତା ଫେବ୍ରୁଆରୀ-ମାର୍ଚ୍ଚରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ। ମାତ୍ର ଏ ପର୍ଯ୍ୟନ୍ତ ଏହାର କ୍ରୀଡ଼ାସୂଚୀ ଚୂଡ଼ାନ୍ତ ହୋଇପାରି ନାହିଁ। ବିସିସିଆଇ ଓ ପିସିବି ମଧ୍ୟରେ ବୁଝାମଣା ହୋଇ ନପାରିବାରୁ ଆଇସିସି ଅଡ଼ୁଆରେ ରହିଛି। ଯଦିଓ ଉଭୟ ବୋର୍ଡକୁ ବୁଝାଇବା ନେଇ ବହୁ ପ୍ରୟାସ କରିଥିଲା କିନ୍ତୁ କିଛି ସୁଫଳ ମିଳିନାହିଁ।

ଭାରତ ସରକାର ଅନୁମତି ଦେଉ ନଥିବାରୁ ବିସିସିଆଇ ପାକିସ୍ତାନକୁ ଦଳ ପଠାଇବ ନାହିଁ ବୋଲି ଆଇସିସିକୁ ଜଣାଇଥିଲା। ଆଇସିସି ଏ ବିଷୟରେ ପିସିବିକୁ ଅବଗତ କରାଇଥିଲା। ମାତ୍ର ପିସିବି ଏଥିରେ ଉତ୍‌କ୍ଷିପ୍ତ ହୋଇ ହାଇବ୍ରିଡ୍‌ ମଡେଲରେ ଆଦୌ ରାଜି ହେବ ନାହିଁ ବୋଲି କହିଥିଲା । ଭାରତୀୟ ଦଳ କାହିଁକି ପାକିସ୍ତାନ ଗସ୍ତରେ ଆସିବ ନାହିଁ ବୋଲି ପ୍ରଶ୍ନ କରି ବିସିସିଆଇ ଲିଖିତ ଭାବେ ଏହାର କାରଣ ଜଣାଉ ବୋଲି ଆଇସିସି ନିକଟରେ ଦାବି ଜଣାଇଥିଲା।

Leave A Reply

Your email address will not be published.