Odisha Link
Bridging the Missing Links in Odisha

ଐତିହାସିକ ବାଲିଯାତ୍ରାର ଆୟୋଜନକୁ ପ୍ରଶଂସା କଲେ ମୋଦି, କହିଲେ..

ଓଏଲ୍‌ ବ୍ୟୁରୋ: ଜୟ ଜଗନ୍ନାଥ ଜୟ ଜଗନ୍ନାଥ, ଓଡ଼ିଶାର ସବୁ ଭାଇ ଓ ଭଉଣୀଙ୍କୁ ମୋର ନମସ୍କାର। ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆରମ୍ଭରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବା ସହ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବର ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ନିକଟରେ ଓଡ଼ିଶାବାସୀ ସଫଳତାର ସହ ବାଲିଯାତ୍ରା କରିଛନ୍ତି। ଶହେରୁ ଊର୍ଦ୍ଧ୍ବ ବର୍ଷ ହେଲା ଦେଶରେ ଡିଜିପି ସମ୍ମିଳନୀ ହେଉଛି। ମାତ୍ର ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ହେଉଛି। ଡିସେମ୍ବର ୪ରେ ନୌସେନା ଦିବସ ଓଡ଼ିଶାରେ ପାଳନ ହେବ। ଜାନୁଆରୀରେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ। ସାରା ବିଶ୍ବରୁ ଲୋକ ଭୁବନେଶ୍ବରକୁ ଆସିବେ।

ଓଡ଼ିଶାର ବିକାଶ ପାଇଁ ଆମେ ଲଗାତାର କାମ କରୁଛୁ। ପୂର୍ବରୁ ମନ୍ତ୍ରି ପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନଥିଲେ। ଓଡ଼ିଶା ଲୋକେ ହୃଦୟ ଖୋଲି ଆମକୁ ସମର୍ଥନ କରିଛନ୍ତି। ବିଦେଶକୁ ଗଲେ ଲଗାତାର ତୃତୀୟ ଥର ସରକାର ପାଇଁ ପ୍ରଶଂସା ପାଉଛୁ। ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ଫଳ ବିଶ୍ବାସ ଭରିଛି, ଏଠି ବି ଦେଖୁଛି।

ଏହା ହେଉଛି ଆମ କାର୍ଯ୍ୟକର୍ତ୍ତାଙ୍କ ସାମର୍ଥ୍ୟ। ବିଜେପିର କାମକୁ ଦେଖି ଲୋକେ ଭୋଟ୍ ଦେଉଛନ୍ତି। ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପିର ଶକ୍ତିକୁ ନେଇ ପ୍ରଶ୍ନ କରୁଥିଲେ। ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଭୋଟ୍ ଦେଲେ।

ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ଆମେ ଆମ ଲୋକତନ୍ତ୍ରକୁ ସଶକ୍ତ କରିବା, ମିଥ୍ୟାବାଦୀଙ୍କୁ ଜବାବ ଦେବା। କ୍ଷମତା ପାଇଁ ଷଡଯନ୍ତ୍ର ଚାଲିଛି। କ୍ଷମତାରୁ ଦୂରେଇ ରହିବା ପରେ ଏଭଳି ମିଛ କହୁଛନ୍ତି। ଦେଶକୁ ଲୁଟୁଥିବା ବ୍ୟକ୍ତିଙ୍କୁ ଲୋକେ ଏବେ ଜବାବ ଦେଇଛନ୍ତି। କ୍ଷମତାରୁ ହଟିବା ପରେ ଲୋକଙ୍କୁ ମିଛ କଥା କହି ଭ୍ରମିତ କରୁଛନ୍ତି। ଦେଶ ବିରୋଧରେ କିଛି ବ୍ୟକ୍ତି ଷଡ଼ଯନ୍ତ୍ର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.