Odisha Link
Bridging the Missing Links in Odisha

ସନ୍ନ୍ୟାସ,ବିରତି ନା ମାର୍କେଟିଂ; ଅଭିନେତା ବିକ୍ରାନ୍ତ ମେସିଙ୍କ ପୋଷ୍ଟ ପରେ ଦ୍ବନ୍ଦ୍ବରେ ପ୍ରଶଂସକ

ଓଏଲ୍‌ ବ୍ୟୁରୋ: ବଲିଉଡର ଷ୍ଟାର କଳାକାର ବିକ୍ରାନ୍ତ ମେସିଙ୍କ ସୋସିଆଲ ମିଡିଆ ପୋଷ୍ଟ ସିନେ ପ୍ରେମୀଙ୍କୁ ଝଟକା ଦେବା ସହିତ ସିନେମା ଜଗତକୁ ପୁରା ସ୍ତବ୍ଧ କରି ଦେଇଛି। କ୍ୟାରିୟରର ପିକ୍‌ରେ ଷ୍ଟାର ବିକ୍ରାନ୍ତ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ସେ ହଠାତ୍‌ ଅଭିନୟରୁ ବ୍ରେକ୍ ନେବା ନେଇ ଘୋଷଣା କରିଛନ୍ତି। ଯାହା ସିନେ ଜଗତରେ ହଟଚମଟ ସୃଷ୍ଟି କରିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବିକ୍ରାନ୍ତ କହିଛନ୍ତି, ଗତ କିଛି ବର୍ଷ ବେଶ୍‌ ଚମତ୍କାର ହୋଇଛି। ଆପଣଙ୍କର ସମର୍ଥନ ପାଇଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ବର୍ତ୍ତମାନ ନିଜକୁ ରିସେଟ୍ କରିବାର ସମୟ ଆସିଛି। ମଁ ଅନୁଭବ କରୁଛି ଯେ, ଏବେ ସମୟ ଆସିଛି ଜଣେ ବାପା, ସ୍ୱାମୀ ଓ ପୁଅ ଏବଂ ଅଭିନେତା ରୂପେ ନିଜକୁ ନିଜେ ସମ୍ଭାଳି ଘରକୁ ଫେରିବା ପାଇଁ। ସଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ୨୦୨୫ରେ ଶେଷ ଥର ପାଇଁ ଆପଣଙ୍କୁ ଭେଟିବ। ଦୁଇଟି ଶେଷ ଚଳଚ୍ଚିତ୍ର ଏବଂ ଅଗଣିତ ସ୍ମୃତି। ସବୁକିଛି ଦେଇଥିବାରୁ ଧନ୍ୟବାଦ। ସବୁବେଳେ କୃତଜ୍ଞ ରହିବି।

ବିକ୍ରାନ୍ତଙ୍କ ଏଭଳି ପୋଷ୍ଟ ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି। ବିକ୍ରାନ୍ତଙ୍କ ପୋଷ୍ଟରେ ଅଭିନେତ୍ରୀ ଦିୟା ମିର୍ଜା କହିଛନ୍ତି, ବିଶ୍ରାମ ନେବା ଭଲ। ବିରତୀ ନେବା ସୟମରେ ତୁମେ ଆହୁରି ଭଲ ଅନୁଭବ କରିବ। ସେହିପରି ଇଶା ଗୁସ୍ତା ହାର୍ଟ ଇମୋଜି ଦେଇଛନ୍ତି। ଆଉ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ଆଗାମୀ ପ୍ରୋଜେକ୍ଟ ପାଇଁ ବିକ୍ରାନ୍ତ ଏଭଳି ପୋଷ୍ଟ କରିଛନ୍ତି। ଏହା ଏକ ମାର୍କେଟିଙ୍ଗ ରଣନୀତି ହୋଇଥିବା ଭଳି ଲାଗୁଛି। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଅନ୍ୟପଟେ ଅନେକ ଫ୍ୟାନ୍‌ ତାଙ୍କୁ ଇଣ୍ଡଷ୍ଟ୍ରି ନ ଛାଡିବାକୁ ଅନୁରୋଧ କରିଛନ୍ତି। ସେହିପରି ଅନେକ ଫ୍ୟାନ୍ସ ତାଙ୍କର ଅଭିନୟ ଛାଡିବା କଥା ଶୁଣି ଭାବୁକ ମଧ୍ୟ ହୋଇ ପଡିଛନ୍ତି। ଛୋଟ ପରଦାରୁ ସେ ନିଜ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ବଡ଼ ପରଦାରେ ସେ ନିଜ ଅଭିନୟ ଛାପ ଛାଡ଼ିଥିଲେ। ୨୦୦୪ରେ ସେ ପ୍ରଥମ ଥର ପାଇଁ ଟେଲିଭିଜନ ସିରିଏଲ୍‌ ‘କାହାଁ ହୁଁ ମେଁ’ରୁ ତାଙ୍କୁ ଆକ୍ଟିଂର ପ୍ରଥମ ବ୍ରେକ୍‌ ମିଳିଥିଲା। ଏହାପରେ ଧରମ ବୀର, ବାଲିକା ବଧୂ, କୁବୁଲ୍‌ ହୈ ଭଳି ହିଟ୍‌ ଶୋ’ରେ ସେ କାମ କରିଥିଲେ।

୨୦୧୩ରେ ଫିଲ୍ମ ‘ଲୁଟେରା’ରୁ ବିକ୍ରାନ୍ତ ବଲିଉଡରେ ପଦାର୍ପଣ କରିଥିଲେ। ଏପର୍ଯ୍ୟନ୍ତ ୧୫ଟି ଚଳଚ୍ଚିତ୍ରରେ ନିଜର ଅଭିନୟର ଛାପ ଛାଡ଼ିଯାଇଥିଲା ବେଳେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ’12th Fail’ ତାଙ୍କୁ ବେଶ୍‌ ବଡ଼ ସଫଳତା ଦେଇଛି। ଏଥିସହ ତାଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’କୁ ମଧ୍ୟ ଦର୍ଶକମାନେ ବେଶ୍‌ ପସନ୍ଦ କରିଛନ୍ତି।

Leave A Reply

Your email address will not be published.