ପୋଲାଭରମ ପାଇଁ ଦିଲ୍ଲୀ ଯିବ ବିଜେଡି ଟିମ୍
ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିରେ ଲାଗି ରହିଛି ପୋଲାଭରମ୍ ବିବାଦ। କେନ୍ଦ୍ରୀୟ ବଜେଟ ଉପସ୍ଥାପନା କଲା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ରପ୍ରଦେଶରେ ଶୀଘ୍ର ପୋଲାଭରମ ପ୍ରକଳ୍ପ ସାରିବାକୁ ପଦକ୍ଷେପ ନିଆଯିବ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ବିବାଦ ବଢ଼ିବାରେ ଲାଗିଛି। ଏସବୁ ଭିତରେ ଆସନ୍ତାକାଲି ଦିଲ୍ଲୀ ଯିବ ବିଜେଡିର ୭ ଜଣିଆ ଟିମ୍।
ପୋଲାଭରମ ପ୍ରସଙ୍ଗରେ ଅଧିକ ତଥ୍ୟ ଓ ଦାବି ଉପସ୍ଥାପନ ପାଇଁ ଯିବ। ଦିଲ୍ଲୀରେ ୭ ଜଣିଆ ଟିମ୍ ସହ ୭ ଜଣ ବିଜେଡି ସାଂସଦ ସାମିଲ ହେବେ। ପୋଲାଭରମ ପ୍ରସଙ୍ଗରେ ଅଧିକ ତଥ୍ୟ ଓ ଦାବି ଉପସ୍ଥାପନ ନେଇ ୱାଟର କମିଶନ, ଜଳଶକ୍ତି ମନ୍ତ୍ରାଳୟ, ଆଦିବାସୀ ବ୍ୟାପର ବିଭାଗକୁ ସ୍ମାରକପତ୍ର ଦେବ।
ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ପୋଲାଭରମ୍ ହେଲେ ଶହ ଶହ ଗାଁ ଜଳମଗ୍ନ ହେବ। ପ୍ରାୟ ୨୩୬ଟି ଗାଁ କ୍ଷତିଗ୍ରସ୍ତ ହେବ, ମୋଟୁ ସହ କାଲିମେଳା ବ୍ଲକର ଲୋକେ କ୍ଷତି ସହିବେ। ଲୋକଙ୍କ ଭିଟାମାଟି ଓ ଜୀବୀକା ଉଜୁଡିଯିବ।