Odisha Link
Bridging the Missing Links in Odisha

ଗୃହରେ ମନ୍ତ୍ରୀଙ୍କ ଉତ୍ତର: ୩ ବର୍ଷରେ ୧୨୫ କୋଟି ଲୁଟିନେଲେ ସାଇବର ଲୁଟେରା

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ। ବିଧାନସଭା ଶୀତ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସରେ ଆଇନ ବିଭାଗ ଉପରେ ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ସାଇବର ଲୁଟେରା ନେଇ ବଡ ଖବର ସାମ୍ନାକୁ ଆସିଛି। ୩ ବର୍ଷରେ ୧୨୫ କୋଟି ଲୁଟିଲେଣି ସାଇବର ଲୁଟେରା।

ସାଇବର ମାମଲାକୁ ନେଇ ବିଜେଡି ବିଧାୟକ ଗୃହରେ ପ୍ରଶ୍ନ ରଖିଥିଲେ। ଯାହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ୩ ବର୍ଷରେ ୧୨୫ କୋଟି ଲୁଟି ନେଲେଣି ସାଇବର ଲୁଟେରା। ୬ ହଜାର ୩୬୮ଟି ରୁଜୁ ମାମଲା ହୋଇଛି। ସେମାନଙ୍କୁ ଭିତରୁ ୧୩୮୮ ଜଣ ଗିରଫ ହୋଇଛନ୍ତି। ବିଡ଼ମ୍ବନାର କଥା ଟଙ୍କା ଫେରସ୍ତ ହୋଇଛି ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା। ୨୦୨୩ରେ ୨୩୪୮ଟି ମାମଲାରେ ୫୨୨ ଜଣ ଗିରଫ ହୋଇଥିଲେ। ୨୦୨୩ରେ ସାଇବର ମାମଲାରେ ୪୭ କୋଟି ୯୪ ଲକ୍ଷ ଟଙ୍କା ସାଇବର ଲୁଟେରା ଲୁଟି ନେଇଛନ୍ତି।

Leave A Reply

Your email address will not be published.